ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଂଘ ନିର୍ବାଚନ ପ୍ରସନ୍ନ ସଭାପତି ଓ ବିଶ୍ବ ସାଧାରଣ ସଂପାଦକ

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଧର୍ମଗଡ କୋର୍ଟ ପରିସରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପାତ୍ର ନିର୍ବାଚନ ପରିଚାଳନା କରିଥିଲେ । 

ସଭାପତି ଭାବରେ ପ୍ରସନ୍ନ କୁମାର ଅଗସ୍ତି ଏବଂ ଉପସଭାପତି ଭାବରେ ବିନୋଦ ନାଏକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବରେ ବିଶ୍ବନାଥ ମୁଣ୍ଡ ,ସହ-ସଂପାଦକ-ଜୟଦ୍ରଥ ମହାନନ୍ଦ କୋଷାଧ୍ୟକ୍ଷ-ବସନ୍ତ କୁମାର ଠାକୁର ଙ୍କୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷିତ କରିଥିଲେ । ନିର୍ବାଚନ କୁ ସୁରୁଖୁରୁରେ ପରିଚାଳନା ପାଇଁ ଆଇନଜୀବୀ ଭବାନୀ ଦାସ,ସୁମନ୍ତ ପଣ୍ଡା, ସୁବାଷ ପାଣିଗ୍ରାହୀ, ସନ୍ତୋଷ ମେହେର,ଆଦିତ୍ୟ ପଣ୍ଡା,ନବ ସରାଫ,ରାଜେନ୍ଦ୍ର ମୁନୀ,ଲିଙ୍ଗରାଜ ବେହେରା, ଧିରେନ୍ଦ୍ରନାଥ ପାତ୍ର ପ୍ରମୁଖ ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!