ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼,୪/୨(ନି.ପ୍ର) ଜୁନାଗଡ଼ ସହର ସ୍ଥିତ ଏଲନିଶି ମିଶନ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସର ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପ ଜ଼ିଲ୍ଲାପାଳ ଶ୍ରୀ ବେଦଭୂଷଣ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ତେହସିଲଦର୍ ଉପେନ୍ଦ୍ର ଲୁହା, ଜୁନାଗଡ ନଗର ପାଲ ମୁକେଶ ଅଗ୍ରୱାଲ, ସ୍କୁଲ ପରିଚାଳକ ଶ୍ରୀ ଜଏ.କେ.କୁଟୀ ପ୍ରମୁଖ ଯୋଗଦାନ କରିଥିଲେ l ସଭାରେ ସ୍କୁଲ ର ଅଧ୍ୟକ୍ଷ ମିଲଟନ ସୁନା ସଭାପତିତ୍ୱ କରଥିଲେ l ଆଗାମୀ ଦିନ ରେ ବିଦ୍ୟାଳୟ ରେ ଶିକ୍ଷା ର ମାନ ଆହୁରି ବୃଦ୍ଧି କରିବା ସହ ଡିଜିଟାଳାଇଜେସନ, ଖେଳ, ଆକଟିଭିଟି ମାଧ୍ୟମ ରେ ଶିକ୍ଷା ଦାନ ବୃଦ୍ଧି କରାଯିବ ବୋଲି ବିଦ୍ୟାଳୟ ପରିଚାଳକ ଶ୍ରୀ. ଜଏ.କୁଟୀ ପ୍ରକାଶ କରିଥିଲେ । ଅନୁଷ୍ଠିତ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥି ମନଙ୍କ ଦ୍ୱାର ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗ।ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର, ଅଭିଳାସା, ନେନ୍ନା ସାହୁ,ଅନୀଲ ମେହେର,ଅମର୍ତ୍ତସେନ ଦୁର୍ଗା ପ୍ରମୁଖ ଉଦଘୋଷକ ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଜନ୍ମେଜୟ ପଣ୍ଡା, ଭିକାରି ନାଏକ,ଅନୁ ନାଏକ ,ପ୍ରଭାସିନୀ ନାଏକ ପ୍ରମୁଖ ସହାୟତା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଚନ୍ଦାହାଣ୍ଡି ଧନୁଯାତ୍ରା ମହୋତ୍ସବ , ମଥୁରା ନଗରୀ କୁ ସାମ୍ବାଦିକ ଙ୍କୁ କଂସ ଙ୍କ ଡାକରା, ଦେବକୀ ବାସୁଦେବ ବିବାହ ଅନୁଷ୍ଠିତ

Sunil Chandra Nayak

ଟାଟା ସାହେବଙ୍କ ଯୋଡ଼ା ମେଡିକାଲରେ ପଞ୍ଜିକରଣରେ ନାନାଦି ଆଳରେ ରୋଗୀ କଲବଲ-ସରପଞ୍ଚ’ କାଉସିଲୋର ହାତଲେଖା ମୂଲ୍ୟହୀନ

masiha

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!