ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟକଲ୍ପ ଟିମ

କୋକସରା,୩/୨- କଳାହାଣ୍ଡି ଜିଲ୍ଲା କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି କାୟକଲ୍ପ ଟିମର ସଦସ୍ୟ ଓ ପ୍ରତିନିଧି ଦଳ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ମିଳିତ ଟିମରେ ଅତିରିକ୍ତ ନିର୍ଦେଶକ ଡ଼.ସ୍ମୁତିଜିତ ପଟ୍ଟନାୟକ, ସୌମ୍ୟ କାନ୍ତ ପାତ୍ର, ସୌମ୍ୟ ରଞ୍ଜନ ପାଣି, ରିତା ନାଏକ, ହସ୍ପିଟାଲ ମ୍ୟାନେଜର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୁଭ୍ରା ସାହୁ ଗୁରୁବାର କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଡାକ୍ତରଖାନାର ଭିତ୍ତିଭୂମି ସ୍ୱଚ୍ଛତା, ପରିବେଶ ବର୍ଜ୍ୟବସ୍ତୁ ପରିଚାଳନା, ବିଭିନ୍ନ ଅନୁଦାନର କାଗଜପତ୍ର ଯାଞ୍ଚ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଡୋର ଆଉଟ ଡୋର, ପ୍ରସୂତି କକ୍ଷ, କୋଭିଡ ଫିଭର କ୍ଲିନିକ ସହ ସମସ୍ତ ବିଭାଗ ବୁଲିବା ସହ ତଦାରଖ କରି ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଏହି ସମୟରେ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡ଼. ମାନବେଶ ମହାପାତ୍ର, ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ନୟନ ସ୍ବାଇଁ, ଫାର୍ମାସିଷ୍ଟ ସୁଧୀର ଧ. ମାଝୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ସଫେଇ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଉଦଯାପିତ ହେଲା ବ୍ଲକ ସ୍ତରୀୟ କ୍ରୀଡା 

masiha

ଜନଜାତୀୟ ଗୌରବ ଦିବସ- ୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ସଙ୍କଳ୍ପ ସପ୍ତାହ ପାଳିତି

masiha

Leave a Comment

error: Content is protected !!