ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

” ଚାଷୀମାନଙ୍କୁ ଆୟକୁ ଦ୍ୱଗୁଣିତ କରିବା ନିମନ୍ତେ ବିଭିନ୍ନ ବିଭାଗ ସହଯୋଗ ରହି କାର୍ଯ୍ୟ କଲେ ସରକାରଙ୍କ ଉଦେଶ୍ୟ ସାଧିତ ହେବ- ମୃତ୍ତିକା ସଂକ୍ଷଣ ନିର୍ଦ୍ଦେଶକ “

ରାୟଗଡ ତା ୬/୦୨- ରାୟଗଡରେ ଦୀର୍ଘ ୪ଦିନ ବ୍ୟାପି ଜିଲ୍ଲାସ୍ଥରୀୟ କୃଷି ମୋହତ୍ସବ ଆଜି ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କୃଷୀ ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ ଯୋଗଦାନ କରି ନିଜର ବକ୍ତବ୍ୟରେ ଚାଷୀମାନଙ୍କୁ କହିଲେ ଯେ ଚାଷୀମାନଙ୍କୁ ଆୟକୁ ଦ୍ବିଗୁଣିତ କରି ନିମନ୍ତେ ଵୈଷୟକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ପ୍ରବର୍ତ୍ତାଇଲେ l ପାଗର ଚର୍ମ ପରିବର୍ତ୍ତନ ଓ ଅଦିନିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଠିକ ଭାବରେ ହୋଇ ପାରୁନାହିଁ l ବର୍ଷା ଜଳକୁ ସଂରକ୍ଷଣ ନିମନ୍ତେ କ୍ଷେତ ପୋଖରୀ ଓ ମିଶ୍ରିତ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ l ସ୍ୱଳ୍ପ ମିଆଦୀ ଚାଷ ବିଶେଷ କରି ପନିପରିବା, ଫଳ ଚାଷ, କୁକୁଡ଼ା, ଛେଳି,ମାଛ ଓ ଅନ୍ୟାନ୍ୟ ଅର୍ଥ କାରୀ ଚାଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l

ଜିଲ୍ଲାପାଳ ରାୟଗଡ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନଦ ବେହେରା,ଗୁଡରି ପଂଚାୟତ ସମିତି ଅଧ୍ୟକ୍ଷl ଲକ୍ଷ୍ମୀ ଶବର, କଲନାରା ପଂଚାୟତ ସମିତି ଅଧ୍ୟକ୍ଷl ସଂଯୁକ୍ତା କୁଲେସିକା,ଶ୍ରୀ ରାମଚନ୍ଦ୍ର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ,ଶ୍ରୀ ପତିତପାବନ ସାମନ୍ତରାୟ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଚୁଲୁକାନ୍ତି ତାଜନ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଆଦି ଯୋଗଦାନ କରି ଚାଷୀମାନଙ୍କୁ କୃଷି ମେଳାର ଆବଶ୍ୟକତା ଓ ଆଧୁନିକ ପ୍ରଣାଳୀରେ ଚାଷ କଲେ ଚାଷୀ କିପରି ଲାଭବାନ ହୋଇପାରିବ ସେଉପରେ ବୁଝାଇଥିଲେ l

 ଆଧୁନିକ ପ୍ରଣାଳୀ କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ସବ୍ ସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ର ପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ମିଶନ ଶ୍ରୀ ଦୟାନିଧି ବାଗ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଆଜି ଦିବସରେ ୮ ଜଣକୁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ରାୟଗଡ ବ୍ଳକର ପ୍ରଭାକର ଅଜାକୁଲା, ପାତ୍ର ମାଝୀ, ବିଶ୍ୱମ୍ବର ନାୟକ କାଶୀପୁର,ରାୟଗଡ ବ୍ଳକର ମୁଗୀ କିଳାକା ଓ ପୁଷ୍ପା କିଳାକା, ଏସ.ଶର୍ବେଶ୍ୱର ରlଓ,ପଦ୍ମପୁର ବ୍ଳକ,ନିଲମ୍ବର ଶବର ଗୁଡ଼ାରି, ପ୍ରକାଶ ବେହେରା ରମାନଗୁଡ଼ାକୁ ସମ୍ମାନିତ କରିଥିଲେ l ଶେଷରେ ଅପରାହ୍ନ ୩ ଟା ରେ ସାଂସ୍କୃତିକ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ

Sunil Chandra Nayak

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

masiha

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ କ୍ରୀଷ୍ଣ ମାଝୀ

Sunil Chandra Nayak

Leave a Comment

error: Content is protected !!