ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବ ଚରଣ ଵୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ଘନଶ୍ୟାମ ବିଶ୍ୱାସ

ଶିବ ଚରଣ ଵୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ଘନଶ୍ୟାମ ବିଶ୍ୱାସ

କର୍କଟ ରୋଗ ଉପରେ ବିଶେଷ ଆଲୋଚନା ଚକ୍ର

ରାଉରକେଲା : ଶ୍ୟାମ ଅନୁ ଦେବକୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା, ସମାଜସେବୀ ତଥା ଟ୍ରଷ୍ଟର ପ୍ରତିଷ୍ଠାତା ସ୍ବର୍ଗତ ଶିବ ଚରଣ ବୋଇତିଙ୍କ ଦ୍ଵିତୀୟ ପୁଣ୍ୟ ତିଥି ପାଳନ ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟର ପରିସରରେ ଟ୍ରଷ୍ଟର ଅଧକ୍ଷା ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଅତିଥିମାନେ ପାରମ୍ପରିକ ରୀତି ଅନୁସାରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହିତ ସ୍ବର୍ଗତ ବୋଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଶ୍ରୀମତୀ ପଟ୍ଟନାୟକ ତାଙ୍କ ସ୍ଵାଗତ ଭାଷଣରେ ଅତିଥିମାନଙ୍କୁ ସ୍ଵାଗତ ଜଣାଇବା ସହିତ ଏହି ମହାନ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଉପରେ ଆଲୋକପାତ କରିଥିଲେ । ଟ୍ରଷ୍ଟି ରବିନ୍ଦ୍ର କୁମାର ପାଣ୍ଡବ ଶିବ ଚରଣ ବୋଇତିଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ସ୍ଵର୍ଗତ ବୋଇତି ଜଣେ ବିଶିଷ୍ଠ ଶ୍ରମିକ ନେତା, ସମାଜସେବୀ ଓ ଅସାଧାରଣ ଧିଶକ୍ତି ସମ୍ପନ୍ନ ବ୍ୟକ୍ତିତ୍ଵ ବୋଲି ବର୍ଣ୍ଣନା କରିଥିଲେ । ମାନବ ସେବା ହିଁ ମାଧବ ସେବାର ମହାମନ୍ତ୍ର ଥିଲା ତାଙ୍କ ଜୀବନର ଆଦର୍ଶ । ଏହି ଦାତବ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜର ଅବହେଳିତ, ଭିନ୍ନକ୍ଷମ ବର୍ଗ ପାଇଁ ସମୂହ ଭାବେ ସମର୍ପିତ ହୋଇ କାର୍ଯ୍ୟ କରୁଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଓ ସମ୍ମାନିତ ଅତିଥି ଜଗଦାର ସିଡବ୍ଲୁଏସ୍ ଅଧ୍ଯକ୍ଷ ଫାଦର୍ ବେନିଚାନ୍ କେ ପିଟର ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ସ୍ବର୍ଗତ ବୋଇତି ଙ୍କ ନାତି ସୈ।ମ୍ୟକାନ୍ତ ବୋଇତି ସିଡବ୍ଲୁଏସ ହସ୍ପିଟାଲ କୁ ୨୦ ହଜାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାପାତ୍ର ତାଙ୍କ ବକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଏହି ନ୍ୟାସ ସମାଜକୁ ସେବା ପ୍ରଦାନ କରି ମହାନତାର ପରିଚୟ ସୃଷ୍ଟି କରିଥିବା ପ୍ରକାଶ କରିଥିଲେ। ଡ଼ାକ୍ତର ଗୋକୁଳାନନ୍ଦ ସାହୁ ତାଙ୍କ ବକ୍ତବ୍ୟରେ ସମାଜର ଲୋକଙ୍କ ସେବା କରିବା ପାଇଁ ଅବସର ହେବା ପରେ ମଧ୍ୟ ରାଉରକେଲାରେ ରହି ଏଭଳି ଅନୁଷ୍ଠାନର ପ୍ରେରଣାରେ ଅନୁପ୍ରାଣୀତ ବୋଲି ବକ୍ତବ୍ୟରେ କହିଥିଲେ। ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଅସୀମ ବୋଷ ତାଙ୍କ ବକ୍ତବ୍ୟରେ ବୋଇତିଙ୍କ ଅବଦାନ ସମାଜ ସେବା ଓ ଶ୍ରମିକମାନଙ୍କ ପାଇଁ କରିଥିବା କାର୍ଯ୍ୟ ବିଷୟରେ ଜାଣିଥିବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିବା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ଶିବ ଚରଣ ବୋଇତି ସେବା ସମ୍ମାନ ନ୍ୟାସ ତରଫରୁ ରାଉରକେଲାର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଏବଂ ସ୍ପର୍ଶ ହେଲଥ କେୟାରର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଭାବେ ଅବସ୍ଥାପିତ ପ୍ରଫେସର ଡକ୍ଟର ଘନଶ୍ୟାମ ବିଶ୍ୱାସଙ୍କୁ ମୋମେଣ୍ଟୋ, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଡାକ୍ତର ବିଶ୍ୱାସ କର୍କଟ ରୋଗ ଚିକିତ୍ସା ଓ ଗବେଷଣାରେ ଜାତୀୟ ସ୍ତରରେ ଜଣେ ଅଗ୍ରଣୀ ଗବେଷକ ତଥା ବିଶେଷଜ୍ଞ ଭାବେ ପରିଚିତ । ମ୍ଯାନେଜିଂ ଟ୍ରଷ୍ଟି ଶୁଭକାନ୍ତ ଵୋଇତି ବହୁ ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଟ୍ରଷ୍ଟି ସୌରଭ ଚାଟାର୍ଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡା ବିଶ୍ୱାସଙ୍କ ଦ୍ଵାରା କର୍କଟ ରୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବିଶେଷଜ୍ଞ ଡାକ୍ତର ବ୍ରିଜମୋହନ ସିଂ, ଡାକ୍ତର ପ୍ରୟାଗ ଜ୍ୟୋତି ରାୟ, ଡାକ୍ତର ପୂଜା ପତି, ନେହା ଚାଟାର୍ଜୀ, ପିଙ୍କି ବେହେରା, ରାଜକିଶୋର ନାୟକ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ଅନୁପମ ଗୁପ୍ତା, ପ୍ରସନ୍ନଜିତ ଷଡ଼ଙ୍ଗୀ, ତୁହିନା ଆସ୍ତାନା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜର ଅଭିଜ୍ଞତା ଓ ଚିକିତ୍ସା ବିଜ୍ଞାନ ଉପରେ ଆଧାରିତ ମତ ପ୍ରଦାନ କରିଥିଲେ । କର୍କଟ ରୋଗକୁ ସମ୍ମୁଖୀନ ହେବା, ସଂଗ୍ରାମ କରିବା ଓ ସମାପ୍ତ କରିବା ହେଉଛି କର୍କଟ ରୋଗର ପ୍ରଧାନ ନିୟମ । ଜୀବନ ଶୈଳୀ, ଖାଦ୍ୟ ପେୟ, ଆଦି କର୍କଟ ରୋଗର କାରଣ । ଏହି ରୋଗର ଲକ୍ଷଣ ଜାଣିବାପରେ ତୁରନ୍ତ ଆବଶ୍ୟକ ଚିକିତ୍ସା ଓ ଉପଚାର କରିବା ଆବଶ୍ୟକ । ମନରେ ସର୍ବଦା ଦୃଢ଼ ବିଶ୍ୱାସ ଓ ଆଶା ରଖିଲେ କର୍କଟ ରୋଗର ଉପଶମ ମିଳିଥାଏ। ପରିବାର, ସାଙ୍ଗସାଥୀ ହେଉଛନ୍ତି କର୍କଟ ରୋଗୀଙ୍କ ସହଯୋଗର ସ୍ତମ୍ଭ। ସଚେତନତା ସୃଷ୍ଟି କରିବା କର୍କଟ ରୋଗର ମହାମନ୍ତ୍ର । ଏହି କାର୍ଯ୍ୟକ୍ରମରେ ନ୍ୟାସର ଟ୍ରଷ୍ଟି କବିତା ଵୋଇତି, ସୌମ୍ୟକାନ୍ତ ଵୋଇତି, ସୂର୍ଯ୍ୟକାନ୍ତ ଵୋଇତି, ନିତା ଗୋସ୍ୱାମୀ, ପୂର୍ଣ୍ଣଚନ୍ଦ୍ର କର, ସତ୍ୟମ୍ ପରିଡ଼ା, ଅମିତାଭ ଠାକୁର, ରାଜକିଶୋର ନାୟକ, ନେହା ଚାଟାର୍ଜୀ ଙ୍କ ସମେତ ବିଭିନ୍ନ ଅନୁଷ୍ଟାନ , ସାମାଜିକ ସଂଗଠନ, ଶିକ୍ଷାବିତ୍, ମାନଗଣ ବ୍ୟକ୍ତି ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ସମ୍ବିତ ଦାଶ ଏହି କାର୍ଯ୍ୟକ୍ରମକୁ ସଫଳତା କରିବାରେ ସହଯୋଗ କରିଥିଲେ ପରିଶେଷରେ ଟ୍ରଷ୍ଟି ସୌରଭ ଚାଟାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ବହଳଦା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର

Sunil Chandra Nayak

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

Leave a Comment

error: Content is protected !!