ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

ଗୋଳାମୁଣ୍ଡା/୨୫/୩/ମସିହା/ଚିଚିଆ ପଞ୍ଚାୟତ ଅଧୀନରେ ଥିବା ପଣ୍ଡକୁଳ, ସାରସଗୁଡା, ଲାଖୁର ଭଟା ଓ ଚିଚିଆ ପାଇଁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଣ୍ଡକୁଳ ନିକଟରେ ଥିବା ତେଲନଦୀ ମୁହାଣରେ ବସୁଧା ଟ୍ୟାଙ୍କ ନିର୍ମାଣ କରାଯାଇଥିଲା, ହେଲେ ଚିଚିଆ ଓ ପଣ୍ଡକୁଳ ପାଇଁ ଆଜକୁ ପ୍ରାୟ ପାଞ୍ଚ ବର୍ଷ ହେବାକୁ ଯାଉଛି ଲୋକଙ୍କୁ ଯଥେଷ୍ଟ ଭାବରେ ବସୁଧାରୁ ବିଶୁଦ୍ଧ ପାନୀୟ ଜଳ ମିଳି ନ ପାରିବାରୁ ନବନିର୍ବାଚିତ ସରପଞ୍ଚ ମଦନ ପଟେଲ ଙ୍କୁ ବାରମ୍ବାର ଲୋକେ ଅଭିଯୋଗ କରିବାରୁ ଶ୍ରୀ ସରପଞ୍ଚ ଗୋଳାମୁଣ୍ଡା ବ୍ଲକ ବିଡିଓ, ଚ୍ୟାୟର ମେନ ଓ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରେ ଜଣାଇବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଦୁଇଟି ବୋର ମାଧ୍ୟମରେ ଚିଚିଆ ପଞ୍ଚାୟତରେ ଥିବା ସାଧାରଣ ଲୋକ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ହେବ ବୋଲି ସରପଞ୍ଚ ମଦନ ପୁଟେଲ ଗଣମାଧ୍ୟମ ପ୍ରତିନିଧି ଠାରେ ପ୍ରକାଶ କରିଛନ୍ତି, ଓ ସ୍ଥାନୀୟ ଲୋକମାନେ ମଧ୍ୟ ସରପଞ୍ଚଙ୍କ ଏହି ବ୍ୟବସ୍ଥା କୁ ଭୁରି ଭୁରି ପ୍ରଶଂସା କରିଥିଲେ,ଏହା ଚିଚିଆ ବସୁଧା ଓଭର ଟ୍ୟାଙ୍କ ଠାରେ ବୋରୱେଲ ଖୋଲା ଯାଉଥିବା ବେଳେ ଗୋଳାମୁଣ୍ଡା ଜଳଯୋଗାଣ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ  ମେଡମ ମଧ୍ୟ ଓ ସ୍ଥାନୀୟ ଲୋକମାନେ ରାଜୁ ସରାପ,ଦୁଇନମ୍ବର ୱାର୍ଡମେମ୍ବର ମହେଶ୍ୱର ଚୌଧୁରୀ,ସର୍ଦାନନ୍ଦ ସତନାମୀ ରାମ ପୁଟେଲ, ମଦନ ପୁଟେଲ ପ୍ରମୁଖ ମଧ୍ୟ ଉପସ୍ଥିତଥିଲେ ଏହି ସମୟରେ ଜେଇଙ୍କୁ ବୋରୱେଲ ର ଅଟକଳ ପରିମାଣ ପଚାରିବାରୁ ଉତ୍ତର ଦେବାକୁ ନାରାଜ ହେଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

Sunil Chandra Nayak

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ ପ୍ରଚଳନ ହେଉ

masiha

Leave a Comment

error: Content is protected !!