ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ହାଇକୋର୍ଟ ବାର ଆସୋସିଏସନର ନିର୍ଦ୍ଧେଶ କ୍ରମେ  ରାୟଗଡ ବାର ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ 

ଓଡିଶା ହାଇକୋର୍ଟ ବାର ଆସୋସିଏସନର ନିର୍ଦ୍ଧେଶ କ୍ରମେ  ରାୟଗଡ ବାର ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ 

ରାୟଗଡା :- ରାୟଗଡ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଆୟୋଜିତ ନିର୍ବାଚନରେ ନବ କୁମାର କଣ୍ଟା, ଓକିଲ, ରାୟଗଡ ବାର ଆସୋସିଏସନ୍ ନିର୍ବାଚନ ଅଧିକାରୀ ରୂପେ ନିୟୁକ୍ତି ପାଇ ନିର୍ବାଚନକୁ ସୁଚାରୁରୂପେ ପରିଚାଳନା କରିଥିଲେ | ସର୍ବମୋଟ 173 ଜଣ ସଦସ୍ଯଙ୍କୁ ନେଇ ଆୟୋଜିତ ନିର୍ବାଚନରେ ମୋଟ 167 ଜଣ ନିଜ ମତଦାନ ସାବ୍ଯସ୍ତ କରିଥିଲେ | ରାୟଗଡ ବାର ଆସୋସିଏସନ୍ ର ଶ୍ରୀ ପଦ୍ମନାଭ ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ଶ୍ରୀ ପି.ଜଗନ ମୋହନ ରାଓଙ୍କୁ ତିନୋଟି ଭୋଟରେ ପରାସ୍ତ କରି ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି | ସଭାପତି ପଦବୀ ପାଇଁ ତିନିଜଣ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାନରେ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ଯରୁ ପଦ୍ମନାଭ ଦାସ 59 ଖଣ୍ଡ ଭୋଟ ପାଇଥିବା ବେଳେ ପି.ଜଗନ ମୋହନ ରାଓ 56 ଖଣ୍ଟ ଭୋଟ ପାଇଥିଲେ, ବିଭୁଦ କୁମାର ପ୍ରଧାନ 49 ଗୋଟି ଭୋଟ ପାଇଥିଲେ ଏବଂ 3ଟି ଭୋଟ ନାକଚ ହୋଇଥିଲା | ଉପସଭାପତି ଭାବେ ଓ୍ବାଇ ଶ୍ରୀନିଭା ରାଓ ନିଦ୍ବୋନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ରୂପେ ବିଶ୍ବନାଥ ଗନ୍ତାୟତ ନିର୍ଦ୍ବୋନ୍ଦରେ ନିର୍ବାଚିତ ହୋଇଛନ୍ତି | ସହସମ୍ପାଦକ ଭାବେ ଶୁଭ୍ରକାନ୍ତୀ ବେହେରା ମୋଟ 90 ଗୋଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବୋନ୍ଦି ଜି କ୍ରିଷ୍ଣା ଦାସ 70 ଖଣ୍ଡ ଭୋଟ ପାଇଛନ୍ତି ଏବଂ 7 ଗୋଟି ଭୋଟ ନାକଚ ହୋଇଥିବା ବେଳେ ଶୁଭ୍ରକାନ୍ତୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ବୋନ୍ଦିଙ୍କ ଠାରୁ 20 ଖଣ୍ଟ ଭୋଟ ବ୍ଯବଧାନରେ ବିଜୟ ହୋଇଛନ୍ତି | କୋଷାଧ୍ଯକ୍ଷ ପଦବୀରେ ସର୍ବାଧିକ 119 ଗୋଟି ଭୋଟ ପାଇ ନିଳାଞ୍ଚଳ ବିଷୋୟୀ ବିଜୟ ହୋଇଥିବା ବେଳେ ତାଙ୍କ ନିକଟମ ପ୍ରତିଦ୍ବୋନ୍ଦି ଜଳନ୍ଦର କୁଲଦୀପ 45 ଖଣ୍ଡ ଭୋଟ ପାଇଥିବା ବେଳେ 3 ଗୋଟି ଭୋଟ ନାକଚ ହୋଇଥିଲା | ନିର୍ବାଚନ ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ | ନବନିର୍ବାଚିତ ସଭାପତି ଶ୍ରୀ ପଦ୍ମନାଭ ଦାସ ଓକିଲମାଙ୍କୁ କଣ କହୁଛନ୍ତି ଜାଣିବା | ଶ୍ରୀ ବିଶ୍ବନାଥ ଗନ୍ତାୟତ ଲଗାତର ଭାବେ ବାରଆସୋସିଏସନର ସମ୍ପାଦକ ରୂପେ ବିଜୟ ହୋଇ ଆସୁଛନ୍ତି | ସହସମ୍ପାଦିକା ରୂପେ ନିର୍ବାଚିତ ଶୁଭ୍ରାକାନ୍ତୀ ବାର ଆସୋସିସନର ନବନିର୍ବାଚିତ ସମସ୍ତ ପଦାଧିକାରୀଙ୍କୁ ମସିହା ପରିବାର ତରଫରୁ ସାମ୍ବାଦିକ ଗୌରୀ ଶଙ୍କର ପଟନାୟକଙ୍କ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

masiha

Leave a Comment

error: Content is protected !!