ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନତା ଚାହିଁଲେ ମଇଦାନକୁ ଓହ୍ଲାଇବି- ମଧୁ ମହାନ୍ତି, କଳାହାଣ୍ଡିରୁ ଲଢ଼ିବା ନେଇ ଚର୍ଚ୍ଚା

ଜନତା ଚାହିଁଲେ ମଇଦାନକୁ ଓହ୍ଲାଇବି- ମଧୁ ମହାନ୍ତି

କଳାହାଣ୍ଡିରୁ ଲଢ଼ିବା ନେଇ ଚର୍ଚ୍ଚା

କୋକସରା,୩୧/୩ // ଡିଫାଇନ୍ କଳାହାଣ୍ଡିର ପ୍ରତିଷ୍ଠାତା ସମାଜସେବୀ ମଧୁ ମହାନ୍ତି ଶନିବାର କୋକସରା ଗସ୍ତରେ ଆସି ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ଏକ ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀମହାନ୍ତି ଉଦବୋଧନ ଦେଇ କହିଥିଲେ ଯେ’ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଅବହେଳିତ ରହିଛି। ଯେଉଁ ମାନେ ନିର୍ବାଚିତ ହୋଇ ଏଠାରୁ ଯାଉଛନ୍ତି ଓ ନିର୍ବାଚନ ପରେ ଲୋକଙ୍କ କଥା ଭୁଲି ସମସ୍ୟା ଗୁଡିକକୁ ଅଣଦେଖା କରୁଛନ୍ତି ସେଭଳି ନେତାଙ୍କୁ ଉଚିତ୍ ଜବାବ୍ ଦେବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଏବଂ ମୁଁ ନିର୍ବାଚନ ଲଢେ ବା ନଲଢେ ସର୍ବଦା କଳାହାଣ୍ଡିର ବିକାଶ ଏକମାତ୍ର ମୋର ଲକ୍ଷ୍ୟ ବୋଲି କହିଛନ୍ତି। 

ସ୍ବାଧୀନ ପ୍ରାର୍ଥୀ ଭାବରେ ଶ୍ରୀମହାନ୍ତି କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି କିଛି ଦିନହେବ ଚର୍ଚ୍ଚା ଯୋରଧରିଛି। ଏ ବିଷୟରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନେ ପଚାରିବାରୁ ସେ କହିଛନ୍ତି ଯେ ସ୍ବାଧୀନ ପ୍ରାର୍ଥୀ ଭାବେ ନୁହେଁ ଯଦି ଜନତା ନିଷ୍ପତି ନେବେ ଓ ଆନ୍ଦୋଳିତ ହେବେ ତା’ ହେଲେ ନିର୍ବାଚନ ମଇଦାନକୁ ଓହ୍ଲାଇବି, ଏବେ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରୁଛି, ଦିନେ ଦୁଇ ଦିନ ଭିତରେ ମୁଁ ନିର୍ବାଚନ ଲଢିବି ନାଁ ନାହିଁ ସ୍ପଷ୍ଟ କରିବି ବୋଲି ଗଣମାଧ୍ୟମ ଆଗରେ ମତ ରଖିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଜନଗର ନିର୍ବାଚନ ସଭାରେ ବିଜେଡ଼ିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ବିଜେପିକୁ କଟାକ୍ଷ

masiha

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

masiha

ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ 

Leave a Comment

error: Content is protected !!