ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଦ ମହାଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଵିକ୍ଷୋଭ

ମଦ ମହାଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଵିକ୍ଷୋଭ

 ମୟୂରଭଞ୍ଜ – (ମସିହା )ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଦିନ ବିଜେପି ପକ୍ଷରୁ ରାଜ୍ୟରେ ମଦ ମହାଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ କରାଯାଇଥିଲା । ଆୟକର ବିଭାଗ ପ୍ରାୟ ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା , ବ୍ୟାଙ୍କ ଲକରରୁ ସୁନା ଇଟା,ଗହଣା,ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଥିବା ବେଳେ କାହା ଛତ୍ରଛାୟାରେ ଓଡ଼ିଶା ଭଳି ଗରିବ ରାଜ୍ୟରେ କଂଗ୍ରେସ ସାଂସଦ ଧୀରଜ ସାହୁ କଳା ଟଙ୍କାର ପାହାଡ଼ ଗଢିଥିଲେ ତାହାର ପ୍ରକୃତ ଯାଞ୍ଚ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା। ବିଜେପି ଜିଲ୍ଲା ସଭାପତି ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ନେତୃତ୍ବରେ ଆଡଭୋକେଟ ବରୁଣ ଦେ , ଇଂ କମଳାକାନ୍ତ ନାଏକ,ବିଜୟ ନାଏକ,ଫାଗୁରାମ ମାର୍ଣ୍ଡୀଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ ବହୁ କର୍ମୀ ସାମିଲ ହୋଇଥିଲେ ।ରାଜ୍ୟ ସରକାରଙ୍କ ବିନା ପ୍ରୋତ୍ସାହନରେ ଏତେ ପରିମାଣର ଟଙ୍କା ରଖିବା କେବେ ସମ୍ଭବପର ନୁହେଁ ।ପରେ ବିଜେପି ତରଫରୁ କଳାଟଙ୍କା ସାମ୍ରାଜ୍ୟ ବୃଦ୍ଧିରେ ଗୋପନୀୟ ସହଯୋଗ କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କଳାଟଙ୍କା ସାମ୍ରାଜ୍ୟର ବାଦଶାହା ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇବଣିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା : ୪୦ରୁ ଅଧିକ ପରିବାର ବିଜେପିରେ ସାମିଲ

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

କାମାକ୍ଷାନଗରରେ ବିଜେପିର ପ୍ରେସମିଟ୍ 

Leave a Comment

error: Content is protected !!