ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ 

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ 

ଭବାନୀପାଟଣା ତା୩୧.୩.୨୦୨୪: ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହି କ୍ରମରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ସରକାରୀ ମହିଳା ମହାବିଦ୍ୟାଳୟ ରେର ଏବଂ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ରେ ମୋଟ ୧୭୬ ଜଣ ଏବଂ ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ମୋଟ ୯୩ ଜଣ ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ଚାଲିଛି। ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଗସ୍ତରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ରେ ଏ ଏଲ ଏମ ଟି ଓ ଡି ଏଲ ଏମ ଟି ରୂପେ ନିୟୋଜିତ ବି ଡି ଓ ,ତହସିଲଦାର ଓ ଅନ୍ୟ ଅଧିକାରୀ ତାଲିମ ପ୍ରଦାନ କରୁଛନ୍ତି। ଆଜିର ତାଲିମ କାର୍ଯକ୍ରମ ରେ ମୁଖ୍ୟତଃ ମହିଳା ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନେ ଭାଗ ନେଇଛନ୍ତିଓ ସଖୀ ବୁଥ ପରିଚାଳନା କରିବା ପାଇଁ ତାଲିମ ନେଉଛନ୍ତି।ସେମାନେ କିପରି ବ୍ୟବସ୍ଥିତ ଭାବେ ବୁଥ୍ ପର୍ଯ୍ୟନ୍ତ ଯିବେ, ଇ ଭି ଏମ ଓ ଭି ଭି ପାଟ ମେସିନ୍ ର ସଂଯୋଗ ଓ କାର୍ଯ୍ୟକାରିତା, କଣ୍ଟ୍ରୋଲ ୟୁନିଟ ର ବ୍ୟବହାର,ଭୋଟ ଦାନ ପ୍ରକ୍ରିୟା କୁ ଶୃଙ୍ଖଳିତ, ସେକ୍ଟର ଅଧିକାରୀ ଙ୍କୁ ସୁଚନା ଓ ଯୋଗାଯୋଗ ଉପରେ ବିଶେଷ ତାଲିମ ନେଇଛନ୍ତି।ଭବାନୀପାଟଣା ଉପଖଣ୍ଡ ସରକାରୀ ମହିଳା ମହାବିଦ୍ୟାଳୟ ପାଇଁ ସି ଡି ଓ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ ଏବଂ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ୱଜିତ ଦାସ , ଧର୍ମଗଡ ଉପଖଣ୍ଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମନ ଚକମା ଏବଂ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କାଠ ବୋଝେଇ ଟ୍ରକ ଓଲୋଟି 2 ଗୁରୁତର

Sunil Chandra Nayak

ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜୁନାଗଡ଼ କନ୍ୟାଶ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!