ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

ବନ୍ଧୁଗାଁ ତା ୧୫/୭/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ରାମଜୀପୁଟ ଗାଁକୁ ମୁଖ୍ୟମନ୍ତ୍ରୀଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ପଞ୍ଚାୟତ ସ୍ତରୀୟ ବୁଥ କମିଟି ସଭ୍ୟଙ୍କୁ ସଚେତନତା ସୃଷ୍ଟି କରାଯାଇ ଥିଲା। ଏହି ସଚେତନତା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ଓ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ଉପସ୍ଥିତ ରହି ଥିଲେ।ଅନେକ ଦିନ ଧରି ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଭାସ୍କର ୱାଟାକା ଓ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀ ସୁରେନ୍ଦ୍ର କୁମାର ନାୟକ ଙ୍କୁ ଅବଗତ କରିଥଲେ। ଏହା ସହିତ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଙ୍କୁ ମଧ୍ଯ ଅବଗତ କରିବା ପରେ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀଙ୍କୁ ଫୋନ ମଧ୍ୟମରେ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯନ୍ତ୍ରୀ ଜଣକ ଗାଁକୁ ଯାଇ ବର୍ଷା ପଡୁଥିବା ସୁଯୋଗ ନେଇ ଫେରି ଆସି ଆଉ ଆଜି ପର୍ଯ୍ୟନ୍ତ ଲୁଚି ଛପି ରହି କାହାରି ଫୋନକୁ ନ ଉଠାଇ ଟାଙ୍କୀ ପାଣି ତିଆରି କରିବାକୁ ଆସି ନାହାନ୍ତି। ଅଫିସ କୁ ଯାଇ ଯନ୍ତ୍ରୀ ଜଣଙ୍କୁ ଗାଁ ଲୋକ କାହିଁକି ଆସୁ ନାହାନ୍ତି ସାର୍ କହିଲେ ସେ ଲୋକଙ୍କୁ ଗାଳି ଗୁଲଜ ସହିତ ଭୟଭୀତ କରି ମୁଁ ତୁମ ଗାଁ ପାଣି ଟାଙ୍କିର ଦାୟିତ୍ଵ ରେ ନାହିଁ କହି ସେ ନିଜ ଘରେ ରହି ଅଭିଯୋଗଜାରି ଙ୍କୁ ପଠାଇ ଦେଉଛନ୍ତି । ଦୀର୍ଘ ଦିନ ଧରି ପିଇବା ପାଣି ପାଉ ନଥିବା ଯୋଗୁଁ ଗାଁର ସମସ୍ତ ମହିଳା ଓ ପୁରୁଷ ମାନେ ଘରଠାରୁ ଖାଲି ମାଠିଆ ହାଣ୍ଡି ନେଇ ଆସି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷା ଙ୍କୁ ରାସ୍ତା ଉପରେ ରଖି ତୁରନ୍ତ ସମାଧାନ ପାଇଁ ଅଟକ ରଖି ଥିଲେ। ସଙ୍ଗେ ସଙ୍ଗେ ବ୍ଲକ ଅଧ୍ୟକ୍ଷା ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀ ସୁରେନ୍ଦ୍ର କୁମାର ନାୟକ ଙ୍କୁ ଫୋନ ମଧ୍ୟମରେ ଆସନ୍ତା କାଲି ସୁଦ୍ଧା ପିଇବା ପାଣି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୁଇ ଜଣଙ୍କୁ ଛାଡି ଥିଲେ। ଯଦି ଆସନ୍ତା କାଲି ସୁଦ୍ଧା ପିଇବା ପାଣି ସମସ୍ୟା ସମାଧାନ ନ ହେଲେ ଆମେ ବ୍ଲକ ଅଫିସ ଆସି ଘେରାଉ କରିବା ପାଇଁ ରୋକଠକ୍ ଜଣାଇଛନ୍ତି। ବ୍ଲକର ଅନେକ ଗାଁରେ ପିଇବା ପାଣି ସମସ୍ୟା ରହିଥିବା ବେଳେ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀ ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ଦୀର୍ଘ ଦିନ ହେଉଛି କେଉଁ କାରଣ ରୁ ଉଭାନ ରହିଛନ୍ତି ଜଣାନାହିଁ କିନ୍ତୁ ଜଣେ ଅଛନ୍ତି ଯନ୍ତ୍ରୀ ସୁରେନ୍ଦ୍ର କୁମାର ନାୟକ ତାଙ୍କର ଲୁଚି ରହିବା, ଲୋକଙ୍କୁ ଗାଳି କରିବା, ଲୋକଙ୍କୁ ମୋର ଦାୟିତ୍ଵ ନାହିଁ କହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। କିଏ କରିବେ ଓ ଗ୍ରାମବାସୀ ,ଜନପ୍ରତିନିଧି ଙ୍କ ଫୋନ କିମ୍ବା ନିର୍ଦ୍ଦେଶକୁ ଅବମାନନା କରିବା ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀଙ୍କ ପ୍ରତି କାହିଁକି କାର୍ଯ୍ୟନୁଷ୍ଠାନ ନିଆ ଯିବ ନାହି। ବର୍ଷା ଋତୁ ଯୋଗୁଁ ଗୋଲିଆ ପାଣି ପିଉଥିବା ବେଳେ ଝାଡାବାନ୍ତି ଆତଙ୍କ ରହିଛି ।ଦୀର୍ଘ ୬ ମାସ ପର୍ଯ୍ୟନ୍ତ ବସୁଧା ଟାଙ୍କି ପାଣି ବନ୍ଦ ରହିବା ଯୋଗୁଁ ଆଜି ଲୋକେ ଏକତ୍ରିତ ହୋଇ ପ୍ରତିବାଦ କରି ଅଟକ ରଖି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରେଲୱେ ସମସ୍ୟା ଉପରେ ରାଜ୍ୟସଭା ସାଂସଦ ଙ୍କ ଦାବୀ ପ୍ରସଙ୍ଗ – କାର୍ଯ୍ୟକାରିତା ରିପୋର୍ଟ ଦେଲେ ପୂର୍ବତଟ ରେଳ ମହାପ୍ରବନ୍ଧକ

Sunil Chandra Nayak

ମୋ ସ୍କୁଲ ଅଭିଯାନରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ

masiha

ବୁଧିଆ କିଷାନଙ୍କ ମୃତ୍ୟୁରେ ଅନୁକମ୍ପା ନିଯୁକ୍ତି ଦାବି ଗଣଧାରଣା ରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ

masiha

Leave a Comment

error: Content is protected !!