ବାଲେଶ୍ଵର, ୧୬/୭/୨୩- ସରକାର ରାସ୍ତା ସମ୍ପ୍ରସାରଣ ଓ ମରାମତି ବାଵଦରେ ବାର୍ଷିକ କୋଟି କୋଟି ଟଙ୍କା ବ୍ଯୟ ବରାଦ କରୁଛନ୍ତି, ହେଲେ ସୁଧୁରୁ ନାହିଁ ରାସ୍ତାର ଅବସ୍ଥା । ସାମାନ୍ୟ ବର୍ଷାରେ ରାସ୍ତା ହେଉଛି ଜଳମଗ୍ନ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଆଳଦା-ତୋରାଣିପଦା ରାସ୍ତାରେ । ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ନେତା ଓ ପ୍ରଶାସନ କରୁ ନାହାନ୍ତି କର୍ଣ୍ଣପାତ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଯାତାୟାତ ରାସ୍ତା ହୋଇଥିଲେ ମଧ୍ୟ ସୁଧୁରୁ ନାହିଁ ଅବସ୍ଥା । ଏହି ରାସ୍ତାରେ ଡୁଙ୍ଗୁରା ଗଲେ ପଳସା ମଣ୍ଡି ପଡିଥାଏ । ମଣ୍ଡି ନିର୍ମାଣ ଵେଳେ ରାସ୍ତା ଚଉଡା(୪୦ଫୁଟ) ହେବ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ମିଳିଥିବା ଶୁଣିବାକୁ ମିଳିଛି, ହେଲେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଣିରଗାର ହୋଇ ରହିଯାଇଛି । ନା ହେଲା ଚଉଡା ନା ହେଲା ମରାମତି । କୁଆଡେ ଗଲେ ନେତା ଓ ପ୍ରଶାସନ ? କାହିଁକି ସୁଧୁରୁ ନାହିଁ ରାସ୍ତାର ଅବସ୍ଥା ? । ଯଦି ରାସ୍ତାର ସୁଧାର ନ ଆସେ ଆଗାମୀ ଦିନରେ ରାସ୍ତା ରୋକ ଭଳି ଯେଉଁ ସମସ୍ୟା ଉପୁଜିବ ସେଥିପାଇଁ ନେତା ଓ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି । ଏଥି ସହିତ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଦଳକୁ ମହଙ୍ଗା ପଡିବ ଵୋଲି ବୁଦ୍ଧିଜୀବୀ ଏବଂ ବିଭିନ୍ନ ସାମାଜିକ ସମାଜସେବା ଅନୁଷ୍ଠାନ ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା ନେତା ଓ ପ୍ରଶାସନର ନିଦ ଭାଙ୍ଗୁଛି କେଵେ ।।