ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ

କାମାକ୍ଷାନଗର (ମନିସ )15/7/23 // ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ବାଇପାସ୍ ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏକ ଅଜଣା ଗଳିତ ମୃତଦେହ । ମୃତକର ମୁଣ୍ଡ ପାଖରୁ ଛାତି ପର୍ଯ୍ୟନ୍ତ ଅଧା ଶରୀର ନଷ୍ଟ ହୋଇଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ମହିଳା ବସ୍ତ୍ର ପରିଧାନ କରିଥିବାରୁ ଏହା ଜଣେ ମହିଳାଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି ।ଗ୍ରାମବାସୀଙ୍କ କହିବାନୁଯାୟୀ ଦୁଇଦିନ ହେବ ଦୁର୍ଗନ୍ଧ ହେଉଥିଲା ହେଲେ ଆଜି ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ବ୍ୟବଛେଦ ପରେ ସମ୍ପୁର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଭୁବନ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁ କହିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

masiha

4000 ଟଙ୍କାକୁ ନେଇ ମାରଣାତ୍ମକ ଆକ୍ରମଣ

masiha

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!