ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଆଗରୁ ବୁଲେଟ ଗାଡି ଚୋରି , ଥାନାରେ ଏତଲା

ଘର ଆଗରୁ ବୁଲେଟ ଗାଡି ଚୋରି , ଥାନାରେ ଏତଲା

ଜୁନାଗଡ଼ (ମ ନି ସ): ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରୁ ବିଳମ୍ବିତ ରାତ୍ରିରେ ଘର ଆଗରୁ ବୁଲେଟ ଗାଡି ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ସୂଚନାମତେ ବୃନ୍ଦାବାହାଲ ଗ୍ରାମର ଉଦିତ ରାଉତ (୩୬) ଙ୍କ ଲାଲ ଓ କଲା ରଙ୍ଗର ଏକ ବୁଲେଟ ଗାଡି ଓଡ଼ି୦୮ଭି ୭୩୪୮ ନମ୍ବର ବିଶିଷ୍ଟ ଗାଡି ଘର ଆଗରେ ଲକ କରି ରଖିଥିଲେ । ଭୋର ସକାଳୁ ଉଠି ଦେଖିଲା ବେଳକୁ ଗାଡି ନଥିବା ଦେଖିବାକୁ ପାଇଥିଲେ । କୌଣସି ଦୁର୍ବୁର୍ତ୍ତ ମାନେ ଗାଡି ଚୋରି କରି ନେଇଥିବା ସନ୍ଦେହ ଉପୁଜୁଛି । ବିଭିନ୍ନ ଜାଗାରେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ଅନ୍ୟପଟେ ଜଣେ ଦୋକାନୀ ଙ୍କ ସିସିଟିଭି କ୍ୟାମେରାରେ ବିଳମ୍ବିତ ରାତ୍ରିରେ ୧.୧୭ସମୟରେ ୩ଜଣ ଯୁବକ ଗାଡି ନେଉଥିବା ଭିଡିଓ କଏଦ ହୋଇଛି । ଏନେଇ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କାରୀ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରୁଛି । ଚୋରି ହାରି ବଢୁଥିବା ହେତୁ ଜନ ସାଧାରଣ ଭୟଭୀତ ରହୁଥିବା ବେଳେ ଗୋଲାମୁଣ୍ଡା ପୋଲିସ ପକ୍ଷରୁ ରାତ୍ରୀରେ ପେଟ୍ରୋଲିଂ କରା ଯାଇ କଡ଼ାକଡି ବ୍ୟବସ୍ଥା କରାଯାଉ ବୋଲି ଦାବୀ ହେଉଛି। 

Related posts

ବିଜାତଳା ବ୍ଳକ ! ରାୟହରି ପଞ୍ଚାୟତ ର ପ୍ରାକ୍ତନ ମହିଳି ସରପଞ୍ଚ ଗୀର୍ଥ ସୋରେନ ଙ୍କ ଘର ଭିତରେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧୂକାରୀ 

masiha

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

masiha

Leave a Comment

error: Content is protected !!