ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଆଗରୁ ବୁଲେଟ ଗାଡି ଚୋରି , ଥାନାରେ ଏତଲା

ଘର ଆଗରୁ ବୁଲେଟ ଗାଡି ଚୋରି , ଥାନାରେ ଏତଲା

ଜୁନାଗଡ଼ (ମ ନି ସ): ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରୁ ବିଳମ୍ବିତ ରାତ୍ରିରେ ଘର ଆଗରୁ ବୁଲେଟ ଗାଡି ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ସୂଚନାମତେ ବୃନ୍ଦାବାହାଲ ଗ୍ରାମର ଉଦିତ ରାଉତ (୩୬) ଙ୍କ ଲାଲ ଓ କଲା ରଙ୍ଗର ଏକ ବୁଲେଟ ଗାଡି ଓଡ଼ି୦୮ଭି ୭୩୪୮ ନମ୍ବର ବିଶିଷ୍ଟ ଗାଡି ଘର ଆଗରେ ଲକ କରି ରଖିଥିଲେ । ଭୋର ସକାଳୁ ଉଠି ଦେଖିଲା ବେଳକୁ ଗାଡି ନଥିବା ଦେଖିବାକୁ ପାଇଥିଲେ । କୌଣସି ଦୁର୍ବୁର୍ତ୍ତ ମାନେ ଗାଡି ଚୋରି କରି ନେଇଥିବା ସନ୍ଦେହ ଉପୁଜୁଛି । ବିଭିନ୍ନ ଜାଗାରେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ଅନ୍ୟପଟେ ଜଣେ ଦୋକାନୀ ଙ୍କ ସିସିଟିଭି କ୍ୟାମେରାରେ ବିଳମ୍ବିତ ରାତ୍ରିରେ ୧.୧୭ସମୟରେ ୩ଜଣ ଯୁବକ ଗାଡି ନେଉଥିବା ଭିଡିଓ କଏଦ ହୋଇଛି । ଏନେଇ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କାରୀ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରୁଛି । ଚୋରି ହାରି ବଢୁଥିବା ହେତୁ ଜନ ସାଧାରଣ ଭୟଭୀତ ରହୁଥିବା ବେଳେ ଗୋଲାମୁଣ୍ଡା ପୋଲିସ ପକ୍ଷରୁ ରାତ୍ରୀରେ ପେଟ୍ରୋଲିଂ କରା ଯାଇ କଡ଼ାକଡି ବ୍ୟବସ୍ଥା କରାଯାଉ ବୋଲି ଦାବୀ ହେଉଛି। 

Related posts

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

Leave a Comment

error: Content is protected !!