କାମାକ୍ଷାନଗର (ମନିସ )13/7/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ନିକଟରୁ ଏକ ୧୩ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ରୋଷେୟା ଅଜଗର ସାପକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଧାକର ରାଉତଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗର ସହଯୋଗରେ ଅଜଗର ସାପଟିକୁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
previous post