ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ର ସଂ|ସ୍କୃତିକ ଦିବସ ପାଳନ 

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ର ସଂ|ସ୍କୃତିକ ଦିବସ ପାଳନ 

ଡାବୁଗାଁ, ୨୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ର ସଂ|ସ୍କୃତିକ ଦିବସ ଗୁରୁବାର ପାଳିତ ହୋଇଯାଇଛି | ଏଥିରେ ବ୍ଲକର ୬୬ ପ୍ରାଥମିକ ବିଦ୍ୟାଳୟ, ୩୦ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ ଟି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ପାଳନ ହୋଇଆସୁଅଛି | ଆଜି ଶିକ୍ଷା ଶପଥ ସପ୍ତାହର ୪ର୍ଥ ଦିନକୁ ସାଂସ୍କୃତିକ ଦିବସ ଭାବେ ପାଳନ କରାଯାଇଛି | ଏଥିରେ ଦେଶର ସାଂସ୍କୃତିକ ବିବିଧତା କୁ ଗୁରୁତ୍ଵ ଦିଆଯାଇଛି | ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ଏକ ବୈଶିଷ୍ଟ | ଏହି ଅବସରରେ ବିଦ୍ୟାଳୟ ମାନଙ୍କରେ ଆଞ୍ଚଳିକ ଓ ଓଡିଆ ଭାଷାରେ ନୃତ୍ୟ, ସଙ୍ଗୀତ, ନାଟିକା ଆଦି ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା | ଏଥିରେ ଡାବୁଗାଁ ଏକ୍ସ – ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏଥିରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବନଲତା ମହାନ୍ତି, ଶିକ୍ଷୟତ୍ରୀ ଗିରିଶବାଳା ଜେନା, ଅନିତା ବେହେରା, ପୁଷ୍ପାଞ୍ଜଳି ମଣି, ଚିନ୍ମୟ ପଟ୍ଟନାୟକ, ଶସ୍ମିତା ଗୁଇଁ ଓ ଶିକ୍ଷକ ଦିବାକର ବାରିକ ପ୍ରମୁଖ ପରିଚାଳନା କରିଥିଲେ | ଏଥିରେ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ ସାହୁ ଓ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ବିଭିନ୍ନ ବିଦ୍ୟାଳୟ କୁ ଯାଇ ତଦାରଖ କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

ସମସ୍ୟା ଘେରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଲେ ପୁରାତନ ଛାତ୍ର ସଂଘ…

masiha

ଡି ଏ ଭି ସ୍କୁଲ ରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!