ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ର ଶିବ ପ୍ରସାଦ ହେଲେ ମିଷ୍ଟର କୋରାପୁଟ ୨୦୨୪

ନବରଙ୍ଗପୁର ର ଶିବ ପ୍ରସାଦ ହେଲେ ମିଷ୍ଟର କୋରାପୁଟ ୨୦୨୪

 ନବରଙ୍ଗପୁର:(୨୫{୬)(ରବି ନାରାୟଣ ମହାନ୍ତି)ଗତ ୨୩ ତାରିଖ ଦିନ କେରିସ ଗ୍ରୁପ୍ ଦ୍ଵାରା ସ୍ଥାନୀୟ ହୋଟେଲ ଆଲିଶାନ ଠାରେ ଏକ ଭବ୍ୟ ଓ ରଙ୍ଗା ରଙ୍ଗ ଉତ୍ସବ ମାଧ୍ୟମ ରେ ମିଷ୍ଟର୍ ଓ ମିସ ଅବିଭକ୍ତ କୋରାପୁଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କେରିସ ର ମୁଖ୍ୟ ସୁଶ୍ରୀ ସୁମନ ଖିଲଙ୍କର ଉଦ୍ୟମ ରେ ଦୀର୍ଘ ୨ମାସ ରୁ ଉର୍ଦ୍ଧ ଅବିଭକ୍ତ କୋରାପୁଟର ଅଲଗା ଅଲଗା ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୦ ଜଣ ପ୍ରତିଯୋଗୀ ମାନେ ଫାଇନାଲ କୁ ମନୋନୀତ ହୋଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଯପୁର ବିଧ୍ୟାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଆଉ ଅନ୍ୟ ମୁଖ୍ୟ ଅତିଥି ଭାବରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଯୋଗ ଦେଇ କାର୍ଯକ୍ରମ ଦେଖିବା ସହ ଶୁଭକାମନା ଜ୍ଞାପନ କରିଥିଲେ। ଅନ୍ୟ ଅତିଥି ଭିତରେ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରାବଣୀ ନାୟକ ତଥା କୋରାପୁଟ କଂଗ୍ରେସ ମହିଳା ସଭାପତି ନଳିନୀ ରଥ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜୟୀ ହୋଇଥିବା ପ୍ରତିଯୋଗୀ ହେଲେ। ମିଷ୍ଟର ଅବିଭକ୍ତ କୋରାପୁଟ ଭାବେ ଶିବ ପ୍ରାସାଦ ମହାପାତ୍ର ,ପ୍ରଥମ ରନର ଅପ୍ ଅଭିନାଶ ରଥ, ଦ୍ଵିତୀୟ ରନର ଅପ୍ କ୍ରୀଷ୍ଣା ପୂଜାରୀ। ମିସ ଅବିଭକ୍ତ କୋରାପୁଟ ଭାବରେ ଶିଳ୍ପା ବିଶ୍ୱାସ। ନବରଙ୍ଗପୁର ବାସିନ୍ଦା ପିତା ପଞ୍ଚାନନ ମହାପାତ୍ର ଓ ମହେଶ୍ଵତା ପାଢ଼ୀ ପୁଅ ର ସଫଳତା ପାଇଁ ବେଶ୍ ଖୁସି । ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଓ ବିଜେପି କାର୍ଯକର୍ତ୍ତା କାହ୍ନୁ ଦାସ ଓ ଉଦିତ ବିଷୋୟୀ ନବରଙ୍ଗପୁର ଜିଲ୍ଲା ରୁ ପ୍ରଥମ ଥର ପାଇଁ ଏହି ଟାଇଟଲ ଜିତି ଥିବାରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । କାର୍ଯ୍ୟକ୍ରମର ପରିଚାଳନା କରିବା ପାଇଁ ହୋଟେଲ ଅଲିସାନ ମୁଖ୍ୟ ଶ୍ରୀ ନିରଞ୍ଜନ ସାମନ୍ତରାୟ ସମସ୍ତ ସହଯୋଗ କରିଛନ୍ତି। କାର୍ଯକ୍ରମ ରେ ଜୁରି ଭାବରେ ଆଦର୍ଶ ମାଝୀ, ସାନ୍ତ୍ଵନା ବି ସିମ୍ରନ, ସୌମ୍ୟ ବୈରାଗୀ, ଅରୁଣିମା ଗୌଡ ଓ କେ ଆର ସନ୍ତୋସିନି, ତଥା ଡିଜାଇନର ଭାବରେ ସେଲେନା ଓ ସ୍ୱାତି ଯୋଗ ଦେଇଥଲେ। ମାହି ଏହି କାର୍ଯକ୍ରମ କୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଫ୍ୟାସନ ଭିଲ୍ଲା ଅନୁକାଲ୍ୟ ରେ ମୁଖ୍ୟପ୍ରଯୋଜକ ଭାବରେ ଗୋ କ୍ୟାମ୍ପଫାଏ,ହୋଟେଲ ଆଲିସାନ, ଆଫ୍ଟାବ ପ୍ୟାରିସ ଟାୱାର,ସ୍ନାପ କ୍ୟୁ,ଆଦି ସହଯୋଗ କରିଥିଲେ। କୋରାପୁଟ ର ପ୍ରତିଟି ପ୍ରତିଭାକୁ ବିଶ୍ବ ଦରବାର ରେ ପହଞ୍ଚାଇବା କେରୀସ ଲକ୍ଷ୍ୟ ବୋଲି ଏହାର ମୁଖ୍ୟ ସୁମନ ଖିଲ ପ୍ରକାଶ କରିଛନ୍ତି। ଶିବ ପ୍ରସାଦ ଙ୍କ ଏହି ସଫଳତା ପାଇଁ ସାଙ୍ଗସାଥୀ ପରିବାର ବର୍ଗ ବହୁତ ଖୁସି ଅନୁଭବ କରିଛନ୍ତି ଓ ଆଗାମୀ ଦିନ ରେ ଆହୁରି ଆଗକୁ ଯିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୟାକଳ୍ପ ପୁରସ୍କାର ପାଉଛି କିନ୍ତୁ ମୁଖ୍ୟ ଫାଟକ ନିକଟ କାଓ କେଚର ସ୍ଥିତି ଦୟନୀୟ    

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!