ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

ରାୟଗଡା : ଗୋଷ୍ଠୀ କଲ୍ୟାଣ ନିମନ୍ତେ ତାହାର ପ୍ରତିବଦ୍ଧତାର ଅଂଶସ୍ଵରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାର ଚନ୍ଦ୍ରଗିରି, କାଶୀପୁର ଠାରେ ପୁନରୁତ୍‌ଥାନ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍ ସହଯୋଗିତାରେ ୨୦୨୪ ଜାନୁଆରୀ ୨୯ରେ ଏକ ମଲ୍‌ଟିସ୍ପେଶାଲିଟି ସ୍ଵାସ୍ଥ୍ୟସେବା ଶିବିର ଆୟୋଜନ କରିଥିଲା।

ଜନସାଧାରଣଙ୍କୁ ସ୍ଵାସ୍ଥ୍ୟସେବା କ୍ଷେତ୍ରର ବିଶେଷଜ୍ଞ ଟିମ୍ ନିକଟର୍ କଟରୁ ସ୍ପେଶାଲିଟି ଡାକ୍ତରୀ ପରାମର୍ଶ ଯୋଗାଇଦେବା ଏହି ଶିବିର ଆୟେ ୟାଜନର ଲକ୍ଷ୍ୟ ଥିଲା। ଏହା ସେମାନଙ୍କର ବହୁବିଧ ସ୍ଵାସ୍ଥ୍ୟଗତ ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ସହିତ ପ୍ରତିଷେଧମୂଳକ ସ୍ଵାସ୍ଥ୍ୟ ଯନ୍‌କୁ ପ୍ରୋତ୍ସାହିତ କରିବ ଏବଂ ତାହାସହିତ ଏକ ସୁସ୍ଥ ଜୀବନଶୈଳୀକୁ ଳୀକୁ ଆଗେଇନେବା ଦିଗରେ ସଚେତନ‌ତା ସ୍ତର ବୃଦ୍ଧି କରିବ।

ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତର ପାରିପାର୍ଶ୍ବକ ୩୨ଟି ଗ୍ରାମରୁ ମୋଟ ୬୪୬ ଜଣ ରୋଗୀ ଚକ୍ଷୁ, ସ୍ତ୍ରୀ ରୋଗ, ଚର୍ମ, ଶିଶୁ ରୋଗ ଓ ଭେଷଜ ଆଦି ସମେତ ବହୁ ବିଭାଗରେ ମଲ୍ଟି ସ୍ପେଶାଲିଟି ସ୍ଵାସ୍ଥ୍ୟସେବାର ସୁଯୋଗ ଲାଭ କରିଥିଲେ। ତାହାସହିତ ସେମାନେ ବିଭିନ୍ନ କ୍ଷେତ୍ରରୁ ଆସିଥୁବା ପାଞ୍ଚଜଣ ଅଭିଜ୍ଞ ସ୍ବାସ୍ଥ୍ୟସେବା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ସୁଯୋଗ ପାଇଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ସୂର୍ଯ୍ୟ ପି ନାୟକ, ଆଇଆଇସି– କାଶୀପୁର, ଶ୍ରୀ ନେତ୍ରାନନ୍ଦ ନାୟକ, ସିଏଚ୍‌ସି- କାଶୀପୁର, ଶ୍ରୀ ସୁନି ଲରୟ, ସରପଞ୍ଚ ଏ ଏବଂ ଗୋଷ୍ଠୀ ନେତୃବୃନ୍ଦ ଉପସ୍ଥିତ ଥିଲେ। ଶ୍ରୀ ମନୋଜ ଦାସ, ଡିଏଚ୍ ସିଏସ୍‌ଆର ମାଇନ୍ସ ଏବଂ ତାଙ୍କର ସିଏସ୍‌ଆର ଟିମ୍ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହିଭଳି ପ୍ରୟାସଗୁଡିକ ଜରିଆରେ ଉତ୍କଳ ଆଲୁମିନା ବ୍ୟକ୍ତିବି କ୍ତିବିଶେଷ ଏବଂ ଗୋଷ୍ଠୀସମୂହ, ବିଶେଷକରି ନିୟମିତ ସ୍ଵାସ୍ଥ୍ୟସେବାର ସୁଯୋଗ ନେବା କ୍ଷେତ୍ରରେ ଚାଲେଞ୍ଜ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କର ସାମଗ୍ରିକ କଲ୍ୟାଣ ପ୍ରତି ଅବଦାନ ରଖୁବାକୁ ପ୍ରୟାସ କରୁଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ_ ବିଜେପିରେ ସାମିଲ ହେଲେ ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ସରପଂଚ, ସମିତି ସଭ୍ୟ, ଜନପ୍ରତିନିଧି, ନେତା ଓ କର୍ମୀ

Sunil Chandra Nayak

ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ ଓ ଶୁଭେଚ୍ଛା

masiha

Leave a Comment

error: Content is protected !!