ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବହେଳିତ ଢୋକ୍ରା କାରିଗର 

ଅବହେଳିତ ଢୋକ୍ରା କାରିଗର 

ଢେ଼ଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତ ନବଜୀବନପୁର (ପାତ୍ରଭାଗ) ଗ୍ରାମରେ ଜୁଆଙ୍ଗ ଆଦିବାସୀ ଜନଜାତି ପରିବାର ଏହାକୁ ଜୀବନ ଏବଂ ଜୀବିକା ମାଧ୍ୟମ କରିଛନ୍ତି। ରାଜ୍ୟ ତଥା ଦେଶ ବାହାରେ ଏହାର ଚାହିଦା ରହିଥିଲେ ମଧ୍ୟ ଏବେ ଅବହେଳିତ ଭାବରେ ରହିଛନ୍ତି। ଏହି କାରିଗର ମାନଙ୍କୁ ମିଳୁନି ପ୍ରୋତ୍ସାହନ ବୁଡି ଯିବାକି ଏହି କୌଳିକ ବୃତ୍ତି ? ଏହି ଗାଁର କାରିଗର ପରିଶ୍ରମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁ ନଥିବା ଅଭିଯୋଗ କରିଛନ୍ତି। ଢୋକ୍ରାରେ ମାଣ,ହାତୀ,ଘଣ୍ଟି,ମାଛ,କୁମ୍ପି,ଦୀପ,ଡିବି,କଇଁଛ,ଲକ୍ଷ୍ମୀନାରାୟଣ ମୂର୍ତ୍ତୀ ଇତ୍ୟାଦି ତିଆରି କରିବା ସହ ରୋଜଗାରର ପ୍ରମୁଖ ମଧ୍ୟମ କରିଛନ୍ତି ଏହି କାରିଗରମାନେ । ଦିନକୁ ଦିନ ଦର ଦାମ ବୃଦ୍ଧି ପାଉଥିବା ବେଳେ ଢୋକ୍ରାର ବିଭିନ୍ନ ସାମଗ୍ରୀ ନିର୍ମାଣରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରୋତ୍ସାହନ ଅଭାବରୁ କାରିଗର ଦାଦନ ମୁହାଁ ହେଉଛନ୍ତି। ଘରର ପୁରୁଷଙ୍କ ସହିତ ମହିଳା ଏବଂ ପିଲାମାନେ ଏହି କଳାକୃତି ତିଆରିରେ ଲାଗି ପଡିଛନ୍ତି। ଏହି କାରିଗର ଓ କଳାକୃତି ପାଇଁ ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳୁନି । ସେଥିପାଇଁ କାରିଗରମାନେ ସରକାରୀ ସୁବିଧାରୁ ବଞ୍ଚିତ ହୋଉଛନ୍ତି। ଯଦି ସରକାରଙ୍କ ମଧ୍ୟରୁ ଏହି କଳାର ଉନ୍ନତୀ ପାଇଁ ଗୁରୁତ୍ବ ଦିଆ ଗଲେ,ଅନେକ କରିଗରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତୀ ଆସିପାରନ୍ତା। ଏହି ଅବହେଳିତ ଢୋକ୍ରା କାରିଗରମାନଙ୍କ ପାଇଁ କେବେ ସରକାରୀ ସୁବିଧା ଯୋଗାଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଭବନୀପାଟଣା ପୌରପାଳିକା ପକ୍ଷରୁ ଘୋଳ ଦହି ବଣ୍ଟନ

ଗଣେଶ ପୂଜା ଉପଲକ୍ଷେ ଵହଳଦାର ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

କୁଟୁରା ଉଦ୍ଧାର – ଛେଳି ଗୋଠରେ ଚାଲି ଆସି ଥିଲା

Sunil Chandra Nayak

Leave a Comment

error: Content is protected !!