ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ସମର୍ପଣ” ପତ୍ରିକା ଉନ୍ମୋଚିତ , ଉପାନ୍ତ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ପରିଭାଷା ସମର୍ପଣ 

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ସମର୍ପଣ” ପତ୍ରିକା ଉନ୍ମୋଚିତ , ଉପାନ୍ତ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ପରିଭାଷା ସମର୍ପଣ 

ରାଇରଙ୍ଗପୁର:- ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚେତନା ଓ ସେବାସଂଘ,ରାଇରଙ୍ଗପୁର ପକ୍ଷରୁ ସମର୍ପଣ ପତ୍ରିକା ଶୁଭ ଉନ୍ମୋଚନ ହୋଇଯାଇଛିI ସଭାପତି ଲଳିତ କୁମାର ମହାନ୍ତଙ୍କ ସଭାପତିତ୍ବରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ତଥା ରଥ ପରିଚାଳନା କମିଟୀର ଅଧ୍ଯକ୍ଷ ନବଚରଣ ମାଝୀ ସମର୍ପଣ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ Iସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌର ପରିଷଦର ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ଯକ୍ଷା ମମିତା ଚୌଧୂରୀ, ବରିଷ୍ଠ ସମାଜସେବୀ ନବୀନ ରାମ, ରାଇରଙ୍ଗପୁର ସହରର ଅନନ୍ଯ ସମୟ ର ଅଭିବ୍ଯକ୍ତି ପରିକ୍ରମା ଅନୁଷ୍ଠାନର ମୁଖ୍ଯ କାର୍ଯ୍ଯନିର୍ବାହୀ ମନୋଜ ଦାସ, ସମ୍ପାଦକ ସଚିକାନ୍ତ କର, ସମ୍ପାଦକ (ସମର୍ପଣ) ପୁଷ୍ପାଞ୍ଜଳି ତ୍ରିପାଠୀ, ସଂଗଠନ ସମ୍ପାଦକ ନିଗମାନନ୍ଦ ପଟ୍ଟନାୟକ, ଉପସଭାପତି ଦୁଷ୍ମନ୍ତ କୁମାର ବସା, ସାମ୍ବାଦିକ ସୌରଭ ପଟ୍ଟନାୟକ, କାର୍ଯ୍ଯକାରିଣୀ ସଦସ୍ଯ ସମ୍ପାଦନା ମଣ୍ଡଳୀ ହରିଶ୍ଚନ୍ଦ୍ର ହୋତା, ଯୁଗ୍ମ ସମ୍ପାଦକ ମୂରଲୀଧର ବଳ, ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ଯ ପୂଜକ ଦେବବ୍ରତ ରଥ ମହାପାତ୍ର ଶର୍ମା ଓ ଜୁନିୟର ରେଡକ୍ରସ ଅଫିସର ମୟୂରଭଞ୍ଜ ସ୍ମୁତି ରଂଜନ ପାଣି ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ଯଅତିଥି ମୟୂରଭଞ୍ଜ ସାଂସଦ ତଥା ରଥ କମିଟୀର ଅଧ୍ଯକ୍ଷ ନବଚରଣ ମାଝୀ ବକ୍ତବ୍ଯରେ ଶ୍ରୀ ଜଗନ୍ନାଥ ଚେତନା ର ପ୍ରଚାର ପ୍ରସାର କରିବାରେ ଏହି ସମର୍ପଣ ପତ୍ରିକା ସହାୟକ ହୋଇପାରିବ ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ରାଇରଙ୍ଗପୁର ପୌର ପରିଷଦର ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ବକ୍ତବ୍ଯରେ ଶ୍ରୀ ଜଗନ୍ନାଥ ଙ୍କ ଭାବାବେଗ ଓ ରହସ୍ଯ ସମ୍ଭଳିତ ଏହି ପତ୍ରିକା ସମର୍ପଣ ପତ୍ରିକା ସମସ୍ତଙ୍କ ଭିତରେ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଉତ୍ତମ ଚେତନା ସୁଷ୍ଟି କରିପାରିବ ବୋଲି କହିଥିଲେ l ଅନ୍ଯାନ୍ଯ ଅତିଥିଗଣ ସମର୍ପଣ ପତ୍ରିକା ସଂପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେl ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ ସ୍ମୁତି ରଂଜନ ପାଣି ସଭା ପରିଚାଳନା କରିଥିବା ବେଳେ ଉପସଭାପତି ଦୁଷ୍ମନ୍ତ କୁମାର ବସା ଧନ୍ଯବାଦ ଅର୍ପଣ କରିଥିଲେ l ଉକ୍ତ ସଭାରେ ଶ୍ରୀ ଜଗନ୍ନାଥ ପ୍ରେମୀ ଭାଇଭଉଣୀ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ l

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

 

Related posts

ରୋଟାରୀ ଗ୍ରୀନ୍ ଫିଲଡ଼ କଟକ ପକ୍ଷରୁ ଅର୍ଣ୍ଣପୂର୍ଣ୍ଣା ଦିବସ ପାଳନ

Sunil Chandra Nayak

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣଜୟନ୍ତୀ ଆସନ୍ତା ୯ ରୁ…

Sunil Chandra Nayak

Leave a Comment

error: Content is protected !!