ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

ଧର୍ମଗଡ଼ :ଦିଲ୍ଲୀରେ ସୋନମ ବାଙ୍ଗଚୁ ଙ୍କ ଦାବୀ କୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନ ପାର୍ଲିଆମେଣ୍ଟ କୁ ମାର୍ଚ୍ଚ କରିଥିବା ବେଳେ କଳାହାଣ୍ଡି ରେ ମଧ୍ୟ ଉକ୍ତ ଆନ୍ଦୋଳନ ପ୍ରତି ସମର୍ଥନ ଦେଖିବାକୁ ମିଳିଛି। ଆଜି ଏ ପ୍ରସଙ୍ଗରେ ଓଡିଶା ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ଧର୍ମଗଡ଼ରେ ହୋଇଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ଆନ୍ଦୋଳନ କାରୀମାନେ ନିଟ ପେପର ଲିକ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଥିବା ବେଳେ ୨୨ ଜଣ ମେଡିକାଲ ଛାତ୍ର ମାନଙ୍କ ଆତ୍ମ ହତ୍ୟା ଘଟଣା ଦେଶ ପାଇଁ ଚିନ୍ତା ର ବିଷୟ ବୋଲି ମହାସଂଘ ଅଭିଯୋଗ କରିଥିଲା। ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ନିଜେ ତାଙ୍କ ପଦବୀରୁ ଇସ୍ତଫା ଦେବା ଉଚିତ ନ ହେଲେ ପ୍ରଧାନ ମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସଂଘ ଦାବୀ କରିଛି।ଉପଜିଲ୍ଲାପାଳ ଧର୍ମଗଡ଼ ଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଙ୍କୁ ଦିଆଯାଇଥିବା ଦାବୀପତ୍ରରେ ସଂଘ ସୋନମ ବାଙ୍ଗଚୁ ଙ୍କ ଆନ୍ଦୋଳନ କୁ ପୁର୍ଣ୍ଣ ସମର୍ଥନ ଦେବା ସହିତ ସରକାର ତାଙ୍କୁ ଯେଉଁ ଦୁର୍ବ୍ୟବହାର ଦେଲେ ତାର ଘୋର ନିନ୍ଦା କରିଛନ୍ତି।ଶିକ୍ଷାର ଗୈରି କରଣ, ରାଜନୀତି କରଣ ଓ ଘରୋଇ କାରଣ କୁ ସଂଘ ଦୃଢ଼ ବିରୋଧ କରିଥିଲା।ନୂଆ ଶିକ୍ଷା ନିତି, ଛାତ୍ର ଛାତ୍ରୀଙ୍କୁ ପଙ୍ଗୁ କରୁଥିବା ବେଳେ ଓଡିଶାରେ ପାଠ୍ୟ ପୁସ୍ତକ ପ୍ରକାଶନରେ ଘୋର ବିଭ୍ରାଟ ସୃଷ୍ଟି ହେବା, ଶିକ୍ଷା ବ୍ୟବସ୍ଥାରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ହେଉଥିବାର ପରିଣାମ ବୋଲି କହିଛନ୍ତି। ତେଵେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ଜାରି ରଖିଥିବା ଛାତ୍ର ଆନ୍ଦୋଳନକୁ ପୋଲିସ ଯେଉଁଭଳି ଭାବେ ଦମନ କରିଛି ତାହା ଗଣତନ୍ତ୍ର ରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ବକ୍ତା ମାନେ ଅଭିଯୋଗ କରିଛନ୍ତି।ଆଜିର ଏହି ଗଣ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମହାସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା ଉପଦେଷ୍ଟା ଡମ୍ବରୁ ଧର ଲହଜଲ, ବରିଷ୍ଠ ନାଗରିକ ପ୍ରମୋଦ ହଂସ,ବିଜୁ ଜନତା ଦଳ ବ୍ଲକ ସଭାପତି ଡାକେଶ୍ୱର ଲହଜଲ, ଖଗେଶ୍ୱର ନାଏକ, ସୋମ୍ୟ ରଞ୍ଜନ ନାଏକ, କ୍ଷୀର ମୋହନ ପଟେଲ, ମସ୍ତକ ସୁନାନୀ,କାର୍ତିକ ନାଗ, ମଧୁ ସାଗର, ମହାଦେବ ନାଗ, କ୍ଷେତ୍ର ସତନାମୀ, କିଶୋର ପଟେଲ,ମନୋଜ ବାଗ, ବନମାଳୀ ଶବର,ଟଙ୍କଧର ଶବର,ସମିତି ସଭ୍ୟ ଶଙ୍କର ନାଏକ, ଲକ୍ଷ୍ମଣ ମହାନନ୍ଦ, କେଦାର ଜାଲ, ସୋମ୍ୟ ଦାସ ଥବିର ସାଗର,ଉଦିତ ଠାକୁର, ପ୍ରଦୀପ ସେଠିଆ ଆଦି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ପହିଲି ରଜରେ ଜମୁଛି ଖୁସିର ଆସର, ଦୋଳି ଖେଳ ପୋଡ଼ପିଠାର ମଜା ଆଉ ତା ସାଙ୍ଗକୁ ରଜ ପାନର ମଜା ନେଉଛନ୍ତି ଲୋକ

Sunil Chandra Nayak

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

Sunil Chandra Nayak

Leave a Comment

error: Content is protected !!