ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏ ଏସ୍ ଆଇ ହରେକୃଷ୍ଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

ଏ ଏସ୍ ଆଇ ହରେକୃଷ୍ଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

         ରାୟଗଡା :- ସହକାରୀ ସବ୍ ଇନ୍ସପେକ୍ଟର ହରେକୃଷ୍ଣ ମିଶ୍ରଙ୍କ ବିୟୋଗରେ ବୁଧବାର ଦିନ ତାଙ୍କର ଗାୟତ୍ରୀ ନଗର ରାୟଗଡାସ୍ଥିତ ବାସଭବନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ରାୟଗଡାରେ ଜନ୍ମିତ ହରେକୃଷ୍ଣ କଲେଜ ଶିକ୍ଷା ସମୟରେ ଜିଲ୍ଲା ପୋଲିସ କନେଷ୍ଟବଳ ରୂପରେ ୧୯୯୯ ମସିହାରେ ନିଜର ଚାକିରୀ ଜୀବନ ପ୍ରାରମ୍ଭ କରିଥିଲେ। ତାଙ୍କର ଆଦର୍ଶ ଓ ସେବା ପରାୟଣ ଗୁଣାବଳୀ ନିମନ୍ତେ ଜିଲ୍ଲା ପୋଲିସ ସଂଘର ଯୁଗ୍ମ ସମ୍ପାଦକ, ସମ୍ପାଦକ ଓ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ତାଙ୍କରି କାର୍ଯ୍ୟକାଳ ସମୟରେ ଜିଲ୍ଲାର ସିପାହୀ ମାନଙ୍କ ଅନେକ ଉନ୍ନତି ସାଧିତ ହୋଇଥିବା ଜଣାଯାଏ । ୨୦୨୩ ମସିହାରେ ସହକାରୀ ସବ୍ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ହୋଇଥିଲା । ବିଭାଗୀୟ ତାଲିମ ପରେ ତାଙ୍କୁ କନ୍ଧମାଳ ଜିଲ୍ଲାର ସଦର ଥାନାରେ ନିଯୁକ୍ତି ମିଳିଥିଲା। ଜଣେ ସଚ୍ଚୋଟ କର୍ମଚାରୀ ରୂପେ ଅନେକ ପ୍ରଶଂସା ସାଉଁଟିଥିବା ଶ୍ରୀ ମିଶ୍ର ସ୍ୱାସ୍ଥ୍ୟଗତ କାରଣରୁ ବଦଳି ନିମନ୍ତେ ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଫଳରେ ତାଙ୍କୁ କୋରାପୁଟ ଜିଲ୍ଲାକୁ ବଦଳି ଆଦେଶ ହୋଇଥିଲା । ଅସୁସ୍ଥତା କାରଣରୁ କିଛିଦିନ ଛୁଟି ପରେ କନ୍ଧମାଳରେ ତା ୨୨-୫-୨୦୨୫ ଦିନ ହୃଦଘାତରେ ନିଜ ସରକାରୀ ବାସଭବନରେ ଜୀବନ ହରାଇଥିବା ତାଙ୍କ ଧର୍ମପତ୍ନୀ ରଞ୍ଜିତା ମିଶ୍ର ପ୍ରକାଶ କରିଛନ୍ତି ।

      ବିଭାଗୀୟ କର୍ମକର୍ତ୍ତାଙ୍କ ସହାୟତାରେ ମର ଶରୀରକୁ ରାୟଗଡାସ୍ଥିତ ବାସଭବନକୁ ଅଣାଯାଇ ଶବସତ୍କାର କରାଯାଇଥିଲା । ମୃତ୍ଯୁ ବେଳକୁ ତାଙ୍କ ସ୍ତ୍ରୀ ଓ ଏକମାତ୍ର ଦଶବର୍ଷର ଝିଅ ନିଧିକୃଷ୍ଣା, ବଡଭାଇ ସୀମାଞ୍ଚଳ, ନୀଳାଞ୍ଚଳ, ରାଧାକୃଷ୍ଣ, ଛୋଟଭାଇ ହୃଷିକେଶ ଓ ସମସ୍ତ ଭାଉଜ ରେଖାରାଣୀ, ପଦ୍ମଲତା,ଅନ୍ନପୂର୍ଣ୍ଣା, ସାଗରୀକା, ମାଁ ସରସ୍ବତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

       ଜଣେ ସଚ୍ଚୋଟ, କର୍ମଠ ଓ ପରୋପକାରୀ ବ୍ୟକ୍ତିତ୍ବଙ୍କ ବିୟୋଗରେ ଜିଲ୍ଲା ପୋଲିସ, ବନ୍ଧୁବର୍ଗ ଓ ପରିଜନ ଅଶୃଳ ଶ୍ରଦ୍ଧାଞଳୀ ଜ୍ଞାପନ କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଟୋ ଓଲଟି ୪ ଗୁରୁତର

Sunil Chandra Nayak

ପକ୍ଷୀ ପ୍ରେମୀ ଗାଁ ବୋରଭଟା, ସୁରକ୍ଷା ଦେଉଛନ୍ତି ଯୁବ ଗୋଷ୍ଠୀ

Sunil Chandra Nayak

ପାରିମାଳ ୟୁଥ କ୍ଲବ ଆନୁକୂଲ୍ୟରେ ଆଞ୍ଚଳିକ ହକି ପ୍ରତିଯୋଗିତା

masiha

Leave a Comment

error: Content is protected !!