ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର  ବିଶ୍ଵ ମିତବ୍ୟୟିତା ଦିବସ ବକ୍ତୃତା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର 

ବିଶ୍ଵ ମିତବ୍ୟୟିତା ଦିବସ ବକ୍ତୃତା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ: ତା.୨୫.୧୦.୨୦୨୫ରିଖ: —  ନିକଟରେ ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୁଲ୍ୟରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ପାଳିତ ହେବାକୁ ଥିବା ବିଶ୍ଵ ମିତବ୍ୟୟିତା ଦିବସ -୨୦୨୫ ଅବସରରେ ଏକ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବ୍ଲକ୍ ସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।ବିଚାରକ ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜକାନ୍ତ ଦାଶ,ପଣ୍ଡିତ ବିପିନ ବିହାରୀ ଶତପଥୀ ଓ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ପ୍ରତିଯୋଗୀ ମାନଙ୍କର ବକ୍ତୃତା ଉପସ୍ଥାପନା ସବୁକୁ ମୂଲ୍ୟାୟନ କରିଥିଲେ। ଏହି ପ୍ରତିଯୋଗିତାରେ ନିୟମିତ ସଂଚୟର ଆବଶ୍ୟକତା ଓ ଅନ୍ ଲାଇନ୍ ଠକେଇ ସମ୍ପର୍କିତ ସଚେତନତା ବିଷୟରେ ପ୍ରତିଯୋଗୀମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବଡ଼ ସୁଆଁଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିୟବ୍ରତ ସେନାପତି,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହିନ୍ଦୋଳର ପ୍ରକୃତି ପ୍ରଜୁଷା ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ଦିନ ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ଓ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିଥିବା ସମସ୍ତ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ଅଂଶଗ୍ରହଣକାରୀ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯିବ।ସମସ୍ତ ବିଚାରକବୃନ୍ଦ ଉପସ୍ଥିତ ଥିବା ଛାତ୍ରୀ,ଛାତ୍ର, ଅଧ୍ୟାପିକା,ଅଧ୍ୟାପକ,ଶିକ୍ଷୟିତ୍ରୀ,ଶିକ୍ଷକ,ମାତା,ପିତା,ଅଭି ଭାବିକା,ଅଭିଭାବକ ବୃନ୍ଦଙ୍କୁ ଆଜିର ବିତର୍କର ବିଷୟବସ୍ତୁ ନିୟମିତ ସଂଚୟର ଆବଶ୍ୟକତା,ଉପଯୋଗିତା ଓ ଅନ୍ ଲାଇନ୍ ଠକେଇ ସମ୍ପର୍କିତ ସତର୍କତାମୂଳକ ସଚେତନତା ସମ୍ପର୍କରେ ସବିଶେଷ ତଥ୍ଯଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରି ସଚେତନତା ସୃଷ୍ଟି କରିଥିଲେ।ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳଙ୍କ ସଫଳ ମାର୍ଗଦର୍ଶନ,ନେତୃତ୍ୱ ଓ ସଫଳ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଭିଲିପ୍ ସା ବିଶ୍ବାଳ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ,ସଦର ଏବଂ ସ୍ୱର୍ଣ୍ଣପ୍ରଭା ବିରୁଆଁ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ କାମାକ୍ଷାନଗର,କନିଷ୍ଠ ରାଜସ୍ବ ସହାୟିକା ଅରୁନ୍ଧତୀ ବେହେରା,କାର୍ଯ୍ୟାଳୟ ସହକାରୀ ଦେବାଶିଷ ହୋତା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଅଣ୍ଟାମଡା ଗାଁରେ ପୁନର୍ବାର ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କ କୁଡ଼ିଆ ଘର ପୁଡ଼ାଇଲେ , ଗାଁ ରୁ ତଡା ଖାଇ ଥାନାର ଦ୍ୱାରସ୍ଥ ହେଲେ, ଗାଁରେ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି ହେଉଛି 

Sunil Chandra Nayak

ଗ୍ରୀଷ୍ମଋତୁ ଆରମ୍ଭରୁ ପାଣି ପାଇଁ ହନ୍ତସନ୍ତ କାଇଁଶିରି ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!