ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଜିଲ୍ଲାପାଳଙ୍କ ବିନା ଅନୁମତିରେ କେହି ମୁଖ୍ୟାଳୟ ନ ଛାଡିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ସହ ବଜ୍ରପାତ ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୨୪୧୫ରେ ଶନିବାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ),ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଭବାନୀପାଟଣା ଓ ଧର୍ମଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟରେ ଜଣାଇ ଦିଆଯାଇଛି। ଏପରିକି ସମସ୍ତ ଅଧିକାରୀ ନିଜ ନିଜର ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବ୍ଲକ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଏବଂ ସମସ୍ତ ଓଡ୍ରାଫ, ଦମକଳ ବାହିନୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

୧- ବର୍ଷା କମିଛି କିନ୍ତୁ ଚାଷୀ ଙ୍କର ଦୁର୍ଦଶା କମିନି , ୨- ଖାଉଟି ମୁଣ୍ଡରେ ଚଡ଼କ, ବୃଦ୍ଧି ପାଉଛି ଚିନି ଦର ,୩- ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ , ୪- ସିଲ୍ ହେଲା ସାହୁ ହୋଟେଲ ଆଣ୍ଡ ଲଜ୍ , ୫- ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍ ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି , ୬- ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା, ୭ – ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ , ୮- ଢେଙ୍କାନାଳ ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ 

Sunil Chandra Nayak

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

masiha

Leave a Comment

error: Content is protected !!