ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଟେରାନ ଜନନେତା ପୂର୍ବତନ ମନ୍ତ୍ରୀ ଙ୍କୁ ଭେଟିଲେ ଅଞ୍ଚଳର ବରିଷ୍ଠ କବିରାଜ ଓ ବରିଷ୍ଠ ସମାଜ ସଂସ୍କାରକ

ଭେଟେରାନ ଜନନେତା ପୂର୍ବତନ ମନ୍ତ୍ରୀ ଙ୍କୁ ଭେଟିଲେ ଅଞ୍ଚଳର ବରିଷ୍ଠ କବିରାଜ ଓ ବରିଷ୍ଠ ସମାଜ ସଂସ୍କାରକ

କାମାକ୍ଷାନଗର(ମନିସ)25/10/25 -+ ଓଡ଼ିଶାର ବର୍ଷିୟାନ ଜନନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କୁ କାମାକ୍ଷାନଗର ଅଞ୍ଚଳର ବରିଷ୍ଠ ଵୈଦ୍ୟଭୂଷଣ କବିରାଜ ସଦାଶିବ ରାଉଳ ଏଵଂ ବରିଷ୍ଠ ସମାଜ ସଂସ୍କାରକ ଲିଙ୍ଗରାଜ ଜେନା ଏକ ସୈାହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଜି ଭେଟ କରି ପ୍ରଥମେ ଉତ୍ତରୀୟ ଉପଢୌକନ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମା ପ୍ରଦାନ କରି ସ୍ଵହସ୍ତେ ମିଠା ଖୁଆଇ ଦେଇଥିଲେ ।

 ଜନନେତା ପ୍ରଫୁଲ୍ଲ କୁମାର ମଲ୍ଲିକ ବର୍ତ୍ତମାନ ସମୟରେ ସ୍ଵାଧୀନ ଭାବେ ଯେଉଁଭଳି ଭାବରେ ସାମାଜିକ କାର୍ଯ୍ୟ ପୂର୍ବଭଳି ଆରମ୍ଭ କରିଛନ୍ତି ଏଥିପାଇଁ ଅଞ୍ଚଳର ବରିଷ୍ଠ କବିରାଜ ଓ ବରିଷ୍ଠ ସମାଜ ସଂସ୍କାରକ କୃତଜ୍ଞତା ଜଣାଇବା ସହିତ ତାଙ୍କ କାର୍ଯ୍ୟଧାରାରେ ପ୍ରଭାଵିତ ହୋଇ ସେମାନେ ମଧ୍ୟ ସାମାଜିକ କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବାକୁ ସଂକଳ୍ପ ନେଇଛନ୍ତି। ତତ୍‌ସହ ମଧ୍ୟ କହିଛନ୍ତି ଯେ ପ୍ରତି ଗ୍ରାମରେ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ସବୁ ବର୍ଗର ଲୋକ ଭଲପାଇ ତାଙ୍କ ସ଼ହିତ ରହିଛନ୍ତି।

ଜନନେତା ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସହିତ କବିରାଜ ଓ ସମାଜ ସଂସ୍କାରକ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ , କିଭଳି ଭାବରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ସମସ୍ତ ଗ୍ରାମରେ ସାମାଜିକ କାର୍ଯ୍ୟକ୍ରମ ହୋଇ ପାରିବ ସେ ଉପରେ ବିଶେଷ ଭାବରେ ବିସ୍ତୃତ ଆଲୋଚନା କରିଥିଲେ ।

ଆଜିର ଏହି ଭେଟଘାଟ ସମୟରେ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସମାଜ ସଂସ୍କାରକ ଲିଙ୍ଗରାଜ ଜେନା ଷଷ୍ଠ ଶ୍ରେଣୀରେ ଭାଗୀରଥିପୁର ଶାସନ ବିଦ୍ୟାଳୟରେ ପାଠପଢ଼ୁଥିଵା ସମୟରେ ପ୍ରଫୁଲ୍ଲ ମଲ୍ଲିକ ତାଙ୍କର ଶିକ୍ଷକ ଥିଲେ ଏବଂ ଦୀର୍ଘ ଏକ ବର୍ଷ ତାଙ୍କୁ ପାଠ ପଢ଼ାଇଥିଲେ । ଗୁରୁ ଶିଷ୍ୟ ପରମ୍ପରାର ଏହି ଦୃଶ୍ୟ ବେଶ୍ ଭାଵ ଉଦ୍ରେକକାରୀ ରହିଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର :ନିଜର ଖ୍ୟାତି ହରାଉଛି

masiha

ମଶା ଦାଉରେ ବୁଗୁଡ଼ାବାସୀ କଲବଲ , କାମରେ ଲାଗୁନି ଟିଫା ମେସିନ, ପ୍ରତିକାର ଦାବି 

Sunil Chandra Nayak

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!