ଆସିକା ବିଧାୟକଙ୍କ ଏକ ବଡ ସ୍ବଗତ ଯୋଗ୍ୟ କାଯ୍ୟ ଆସିକାରେ ଖୋଲିବ ଆରଟିଓ କ୍ୟାମ୍ପ
ଆସିକା, ୨୪/୮/୨୬ (ଶିବ ଶଙ୍କର ମିଶ୍ର ) ଆଜି ଅଗଷ୍ଟ| ୨୪ ରୁ ଆସିକାରେ ଆରମ୍ଭ ହେବ ଭଞ୍ଜନଗର ଆରଟିଓଙ୍କ କ୍ୟାମ୍ପ ଅଫିସ । ଓଡ଼ିଶା ସରକାରଙ୍କ ରାଜ୍ୟ ପରିବହ କମିସନର-ତଥା—ଚେୟାରମ୍ୟାନ୍, ରାଜ୍ୟ ପରିବହନ ପ୍ରାଧୂକରଣଙ୍କ ୨୧ ଅଗଷ୍ଟ ୨୦୨୬, ପତ୍ର ସଂଖ୍ୟା: ୨୫୨୨୩ ପ୍ରକାରେ ଆସିକା ଠାରେ ଭଞ୍ଜନଗର ଆରଟିଓ ଅଧୀନରେ ଏହି କ୍ୟାମ୍ପ ଅଫିସ୍ । ସପ୍ତାହରେ ଦୁଇଦିନ କାର୍ଯ୍ୟ କରିବବୋଲି ନିର୍ଦ୍ଦେଶ ରହିଛି । ଫଳରେ ପଞ୍ଜିକୃତ ଗାଡିଗୁଡିକର ପରମିଟ, ଫିଟନେସ ଓ ରୋଡ଼ ଟ୍ୟାକ୍ସ ଆଦି କାର୍ଯ୍ୟ ପାଇଁ ଗାଡି ମାଲିକଙ୍କୁ ଆଉ ଏଣିକି ଆଉ ଭଞ୍ଜନଗର ଦୌଡ଼ିବାକୁ ପଡିବ ନାହିଁ । ଭଞ୍ଜନଗର ଉପଖଣ୍ଡରେ ଆସିକା ଏକ ପ୍ରମୁଖ ଯାତାୟତର କେନ୍ଦ୍ର । ଏହି ସ୍ଥାନରେ ଦୀର୍ଘ ବର୍ଷ ହେଲା ଆରଟିଓ କାର୍ଯ୍ୟାଳୟ ପାଇଁ ଦାବି ହେଉଥିବା ବେଳେ ଏନେଇ ବିଧାୟକ ସରୋଜ କୁମାରପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ତୁ|ପନା କରିଥିଲେ । ଆସିକା ଅଂଚଳର ଯାନବାହାନ ପଞ୍ଜୀକରଣ ଓ ଫିଟନେସ ପ୍ରଦାନ ଆଦି କାର୍ଯ୍ୟପାଇଁ ଆସିକା ଓ ଏହାର ନିକଟ ବ୍ଳକରୁ ଭଞ୍ଜନଗର କିମ୍ବା ଛତ୍ରପୁର ଆଟିଓ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା । ବିଧାୟକ ଙ୍କ ଏହି ପ୍ରକାର କାଯ୍ୟ ପାଇଁ ଅଂଚଳ ବାସି ବହୁତ ଖୁସି ଅଛନ୍ତି ।

