ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା, ସାମ୍ବାଦିକ ୟୁନିଅନର କର୍ମକର୍ତା ନିର୍ବାଚନ

ଜଗତସିଂହପୁର :- ସାମ୍ବାଦିକ ୟୁନିଅନର ଏକ ସାଧାରଣ ବୈଠକ ସ୍ଥାନୀୟ ଗୋପାଳସାଗର ସ୍ଥିତ ସାଇମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦର ୮୦ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ସଂଗଠନର କର୍ମକର୍ତା ନିର୍ବାଚନ କରିଥିଲେ । ବୈଠକ ପୂର୍ବରୁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅଜୟ କୁମାର ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟର ଓଡିଶା ସାମ୍ବାଦିକ ୟୁନିଅନକୁ ସହଯୋଗ କରିବା ସହ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ନେତୃତ୍ୱକୁ ବଳିଷ୍ଠ କରିବା ପାଇଁ ସମସ୍ତ ସଦସ୍ୟ ଏକ ମନ ଏକ ପ୍ରାଣ ନେଇ କାମ କରିବା ପାଇଁ ସଂକଳ୍ପ ନେଇଥିଲେ । ୟୁନିଅନ ତରଫରୁ ସମଗ୍ର ଜିଲ୍ଲାରେ ବିଭିନ୍ନ ସାଂଗଠନିକ କାର୍ଯ୍ୟ କିପରି ତ୍ୱରାନ୍ୱିତ କରାଯିବ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ବୈଠକରେ ଜିଲ୍ଲା କମିଟିର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଆର୍ତ୍ତତ୍ରାଣ ପତି , ବିଜୟ କୁମାର ସ୍ୱାଇଁ ,ଶଶାଙ୍କ ଶେଖର ପଣ୍ଡା , ରାଜେନ୍ଦ୍ର କୁମାର ଲେଙ୍କା , ମାନସ ରଞ୍ଜନ ସ୍ବାଇଁ , ପ୍ରଭାତ କୁମାର ମହାନ୍ତି ଶ୍ରୀକାନ୍ତ ଦାସ ରହିଥିବା ବେଲବ ଜିଲ୍ଲା ସଭାପତି ଭାବେ ଶୁଭଙ୍କର ଜେନା ,ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ ପରିଡା ଉପସଭାପତି ଭାବେ ତପନ କୁମାର ରାଉତରାୟ ,ମନୋଜ କୁମାର ନାୟକ ,ଗୌରାଙ୍ଗ ଚରଣ ସ୍ବାଇଁ ,ରଞ୍ଜନ କୁମାର ଲେଙ୍କା ,ପ୍ରଳୟ କୁମାର ମହାପାତ୍ର ଓ ସହ ସମ୍ପାଦକ ଭାବେ ପ୍ରତାପ କୁମାର ସିଂହ ,ନିରଞ୍ଜନ ସ୍ବାଇଁ ,ପିଣ୍ଟୁ ମୁଦୁଲି ,ପ୍ରକାଶ ନାୟକ , ପ୍ରଶାନ୍ତ କୁମାର ମୁଦୁଲି , ସ୍ମୃତି ରଞ୍ଜନ ମହାନ୍ତି ,ସୁଶାନ୍ତ ମହାନ୍ତି ,ସତ୍ୟବ୍ରତ ସାମଲ ଓ କୋଷାଧ୍ୟକ୍ଷ ଭାବେ ରମାକାନ୍ତ ଦାସ ଓ ସଂଗଠନ ସମ୍ପାଦକ ଭାବେ ତାରାପଦ ମହାନ୍ତି , ଜ୍ୟୋତିପ୍ରକାଶ ନାୟକ ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ତପନ କୁମାର ରାଉତରାୟ , ବୈଷ୍ଣବ ରାଉଳଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ନୂତନ ଭାବେ ଯୋଗଦେଇଥିବା ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ!

ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଇଧୁନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

ଧର୍ମଗଡ ରୁ ପୁଣି ଥରେ ବିଜେଡ଼ି ପ୍ରାର୍ଥୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ 

masiha

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

masiha

Leave a Comment

error: Content is protected !!