ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟଳୟର ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ସି ଆର ସି ସି ଗୋଦାବରୀଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ମାଷ୍ଟର ଟ୍ରେନର ଭାବରେ ଧନୀକ। ନ।ଏକ ଛାତ୍ରୀ ମାନଙ୍କୁ ବିଭିନ୍ନ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ ।ଏଥିରେ ଅଧ୍ୟାପକ ଭାରତ ଭୂଷଣ ମୁଣ୍ଡ , ଭବାନୀ ଶଙ୍କର ପଣ୍ଡା ,ସୁବାଷ ମେହେର ,ଗିରିଧାରୀ ନାଗ ଓ ଗ୍ରନ୍ଥାଗାର ସୁଧୀର ପଣ୍ଡା , ଅକ୍ଷୟ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ଶିବିରକୁ ଖେଳ ଶିକ୍ଷକ ଜୟ କିଶନ ବେହେରା ପରିଚାଳନା କରିଥିଲେ ।ଏହି ଶିବିର ୮ ଦିନ ଧରି ଚାଲୁ ରହି ଥିଲା । କାର୍ଯ୍ୟକ୍ରମ ର  ଉଦଯାପିତ    ଦିବସରେ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଭବାନୀ ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

Sunil Chandra Nayak

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

masiha

Leave a Comment

error: Content is protected !!