ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକସ୍ଵାସ୍ଥ୍ୟ

ଅର୍ଥ ସାଜିଛି ବାଧକ ଖଟରେ ବିତୁଛି କେଶରୀ ତାଣ୍ଡିଙ୍କ ଜୀବନ

ଚିଲିଗୁଡା// ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ଚିକିଲି ଗ୍ରାମର କେଶରୀ ତାଣ୍ଡି ୬୫ କିଡନୀ ଟୋନ ରୋଗରେ ଆକ୍ରାନ୍ତ ହୋଇ ପଡି ରହିଛନ୍ତି ।ସେ ଜଣେ ବିପିଏଲ କାର୍ଡ ଧାରୀ ବ୍ୟକ୍ତି ହୋଇଥିବା ବେଳେ ଅପରେସନ ହେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ରୋଗଗ୍ରସ୍ତ ହେଲା ପରେ ପରିବାର ରେ ଚଳିବ। କଷ୍ଟକର ହୋଇପଡିଲା ।ସ୍ତ୍ରୀ ସ୍ୱାମୀ ସେବାରେ ନିୟୋଜିତ ରହିଥିବା ବେଳେ ସ୍ୱାମୀର ଅପରେସନ ପାଇଁ ସର୍ବଦା ଚିନ୍ତା କରୁଥିଲେ ।ଗରୀବ ନିରୀହ କେଶରୀ ତାଣ୍ଡିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଖର।ପ ଥିବା ଜାଣି ଅଲ ଓଡିଶା ସିଡୁଲ କାଷ୍ଠ ଫେଡରେସନ ର ମହାସଚିବ ଯତୀନ୍ଦ୍ର କର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେଶରୀ ତାଣ୍ଡିଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଏଥିରେ କେଶରୀ ତାଣ୍ଡିଙ୍କ ପରିବାର ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁ ନାହିଁ ବୋଲି ପ୍ରକାଶ କରିଥିଲେ ।ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ଯାଞ୍ଚ କରାଯାଇ ଥିଲା ।ଯାହାକି କେଶରୀ ତାଣ୍ଡିଙ୍କ ଅପରେସସନ ହୋଇ ପାରିବ ବୋଲି ଜଣା ପଡିଥିଲା ।ଏହା ପରେ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରେ ଅପରେସନ କରିବା ପାଇଁ ଅଲ ଓଡିଶା ସିଡୁଲ କାଷ୍ଠ ଫେଡରସନ ର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଦାବି କରିଥିଲେ ।ଏଥିରେ ଶ୍ରୀକାନ୍ତ ଛତ୍ରିଆ ,ଲିମସେର ବାଗ ,ହରିହର ଦ୍ୱର୍ଗ ,ଗୋପୀ ନ।ଏକ ,ବଳରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପାଳପୁର ରେ ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା 

ବାଟରେ ବସୁଛି ନର୍ଲା ହାଟ, ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

masiha

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!