ଲାୟନ୍ସ କ୍ଲବ “ନବରଙ୍ଗପୁର ଇଲାଇଟ୍” ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର , ୨୫୭ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା
ନବରଙ୍ଗପୁର: (୧୬|୧୦)(ରବି ନାରାୟଣ ମହାନ୍ତି)ସେବା ହିଁ ଧର୍ମ ଓ ସୁସ୍ଥ ଦୃଷ୍ଟି ହିଁ ସୁନ୍ଦର ଭବିଷ୍ୟତର ଆଧାର—ଏହି ବାର୍ତ୍ତାକୁ ନେଇ ଲାୟନ୍ସ କ୍ଲବ ନବରଙ୍ଗପୁର ଇଲାଇଟ ପକ୍ଷରୁ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ର ମୋଟ ୨୫୭ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଜ୍ଞାନ ସହାୟକ ଶ୍ରୀ ରାମ ପ୍ରସାଦ ଦାଶ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଶିଶୁମାନଙ୍କ ଦୃଷ୍ଟିଶକ୍ତିର ସୁରକ୍ଷା, ଚକ୍ଷୁ ସମସ୍ୟାର ଆଗୁଆ ଚିହ୍ନଟ ତଥା ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଲାୟନ୍ସ ଜିଲ୍ଲା ୩୨୨-C୪ର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ. ଦିଲ୍ଲୀପ କୁମାର ଦାଶ, ରିଜିଓନାଲ ଚେୟାରପର୍ସନ ଲାୟନ ଡ. ସଂଯୁକ୍ତା ପଣ୍ଡା, କ୍ଲବର ସଭାପତି ଲାୟନ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଲାୟନ ଅବନୀ ମହାପାତ୍ର, କୋଷାଧକ୍ଷ ଲାୟନ ଅଜିତ କୁମାର ନନ୍ଦ, ସର୍ଭିସ ଚେୟାର ପର୍ଶନ ଲାୟନ ଅତୁଲ କେଶରୀ ସମେତ ହରି ପାଇକ ଓ ନୀଳକଣ୍ଠ ଭତ୍ରା ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମହମ୍ମଦ ଜାକିର ଉଦ୍ଦିନ, ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ପ୍ରତ୍ୟେକ ଶିଶୁର ଆଖିରେ ଥିବା ଏକ ସୁନ୍ଦର ଆସନ୍ତାକାଲିର ସ୍ୱପ୍ନକୁ ସୁରକ୍ଷିତ ରଖିବା ଦିଗରେ ଏହି ସେବାମୂଳକ ପ୍ରୟାସ ଲାୟନ୍ସ କ୍ଲବର ‘We Serve’ ଆଦର୍ଶକୁ ପ୍ରତିଫଳିତ କରିଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

