ବିଭିନ୍ନ ସମସ୍ୟାରେ ଜର୍ଜରିତ ପୁଲିଙ୍ଗ ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ
୧୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଦୁଇଗୋଟି ଶ୍ରେଣୀ ଗ୍ହହରେ ପାଠପଢା
ଥୁଆମୁଳ ରାମପୁର;୩୧/୦୮ – (ମନିସ):- ସରକାରଙ୍କ ପକ୍ଷରୁ ଉନ୍ନତ ମାନର ଶିକ୍ଷା ବ୍ଯବସ୍ଥାକୁ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଅଟକଳରେ ଓ ବ୍ଯୟ କରୁଥିବା ସ୍ବତ୍ବେ ଆଜି ମଧ୍ୟ ଶିକ୍ଷା ବ୍ଯବସ୍ଥାର ଭିର୍ତ୍ତିଭୂମି ଭୂଷୁଡି ପଡିଥିବା ଦେଖାଦେଇଛି। ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକ କମ ତୋ କେଉଁଠି ଶିକ୍ଷକ ତୁଳନାରେ ଛାତ୍ରଛାତ୍ରୀ କମ ରହିଥିବା ସହିତ ବିଦ୍ୟାଳୟ ଶ୍ରେଣୀ ଗୃହ ଶୋଚନୀୟ ଅବସ୍ଥାରେ ରହିଛି ସେହିଭଳି ବିଦ୍ୟାଳୟ ଗୁଡିକର ପାରିପାର୍ଶ୍ବିକ ବିକାଶ କ୍ଷେତ୍ରରେ ମଧ୍ୟ ଏତେ ଉନ୍ନତି ହୋଇନାହିଁ। ଶିକ୍ଷକ ଅଭାବ ଶ୍ରେଣୀ ଗୃହହର ଅଭାବ ପୁଣି ବିପଦ ସଂଙ୍କୁଳ ଅବସ୍ଥାରେ ବିଦ୍ଯାଳୟ ଶ୍ରେଣୀ ଗୃହ ସହିତ ୪୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଙ୍କ ପାଇଁ ୨ ଜଣ ଶିକ୍ଷକ ଏଭଳି ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଲିଙ୍ଗ ପଦର ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ୧୯୫୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୪୦ ଜଣ ଛାତ୍ର ଅନ୍ତେବାସୀ ହେଲେ ଏତେ ସଂଖ୍ୟକ ପିଲାଙ୍କ ପାଠପଢ଼ାର ଦାୟିତ୍ୱ ଦୁଇ ଜଣ ଶିକ୍ଷକଙ୍କ ଉପରେ ପାଠପଢା ଏକାଧିକ ଶ୍ରେଣୀର ପାଠପଢ଼ା ପରିଚାଳନା କରିବା ଶିକ୍ଷକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାର ପ୍ରଭାବ ପିଲାଙ୍କ ଶିକ୍ଷା ଉପରେ କି ଭଳି ପ୍ରଭାବ ପଡ଼ିବା ସେନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଅପରପକ୍ଷରେ ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ ଥିବାଯୋଗୁଁ ଶିକ୍ଷକ ମାନଙ୍କପାଇଁ ମଧ୍ୟ ପରିସ୍ଥିତିରେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟରେ ଛାତ୍ରବାସ ରହିଛି ଏହିର ପରିଚାଳନାରେ ମଧ୍ୟ ଆଉ ଅଧିକା ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ଛାତ୍ରାବାସ ସମସ୍ୟା ଆଉ ନ କହିବା ଭଲ ଛୋଟ ଛୋଟ ଛାତ୍ର ମାନେ ସ୍କୁଲ ବାହାର କୁ ଯାଇ ଶୌଚ ସ୍ନାନାଦି କାମ କରୁଛନ୍ତି, ଛାତ୍ର ମାନଙ୍କ ସୁରକ୍ଷା ଉପରେ ସନ୍ଦେହ ସୃଷ୍ଟି କରୁଅଛି। ବିଦ୍ୟାଳୟ ଆବଶ୍ୟକତା ଅନୁସାରେ ଶୌଚାଳୟ ବ୍ୟବସ୍ଥା ଓ ପାଣି ସୁବିଧା ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଦେଖାଦେଇଛି। ଶିକ୍ଷକ ବ୍ୟକ୍ତିଗତ ଜରୁରୀ କାମ କିମ୍ବା କୌଣସି ଅସୁବିଧା ସମୟରେ ଛୁଟି ନେବାକୁ ମଧ୍ୟ ସମସ୍ୟା ହେଉଥିବା କୁହାଯାଉଛି। ଶିକ୍ଷକ ଛୁଟିରେ ରହିଲେ ବିଦ୍ୟାଳୟର ପାଠପଢ଼ା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହୁଛି।
୧୯୫୮ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି କାହିଁକି ପଡୁନାହିଁ ବୋଲି ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନ ହେଉଛି। ସରକାର ପିଲାଙ୍କ ଶିକ୍ଷାର ଅଧିକାର ଓ ଗୁଣାତ୍ମକ ଶିକ୍ଷା ଉପରେ ଡିଣ୍ତିମପୁଟୁଛନ୍ତି ହେଲେ ଅନ୍ୟପଟେ ଏଭଳି ବିଭିନ୍ନ ସମସ୍ୟାରେ ଜର୍ଜରିତ ବିଦ୍ୟାଳୟ ରହିଥିବା ବେଳେ ତାହା ବ କେତେଦୂର ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ଆଲୋଚନା ହେଉଅଛି।ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ପୁଲିଙ୍ଗ ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି ଜଣାଇଛନ୍ତି।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

