ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ,ଅଞ୍ଚଳବାସୀ ଆତଙ୍କିତ

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ,ଅଞ୍ଚଳବାସୀ ଆତଙ୍କିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବନାଞ୍ଚଳ କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଗ୍ରାମ ଅଞ୍ଚଳରେ ଏକ ଗୋଠ ଛଡା ଭାଲୁ କିଛି ଦିନ ହେବ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି | ଘଟଣା କୁ ନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କୁଅଁର ଓ ଆମପାଣି ବନ ବିଭାଗ ଏବଂ ବେହେରା ବନ ବିଭାଗ କର୍ମଚାରୀ ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଭାଲୁ ବିଚରଣ କରୁଥିବା ଜଙ୍ଗଲ ଅଞ୍ଚଳ ରେ ପହଞ୍ଚି ଭାଲୁ ଉପରେ ନଜର ରଖିବା ସହିତ, ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସଚେତନ କରୁଥିବା ଦେଖିବାକୁ ମିଳିଛି | ଭାଲୁ ଟି କେତେ ବେଳେ ଗାଁରେ ପଶି ଯାଉଛି ତ କେତେବେଳେ ରାସ୍ତା ଉପରେ ଚାଲି ଆସୁଛି। ଏହି ଅଞ୍ଚଳ ରେ ମକାଚାଷ ହୋଇଥିବାରୁ ମକା ବାଡ଼ି ରେ ଭାଲୁ ମକା ଖାଇବା ପାଇଁ ରହିଥିବା ଜଣାପଡିଛି।ଯାହାକୁ ନେଇ ଲୋକେ ଭୟଭୀତ ହେଉଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ସ୍କୁଲଛାଡୁ ନାହାଁନ୍ତି। ଏନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉର ଙ୍କ ପ୍ରତିକ୍ରିୟା ନେବାରୁ ଆମେ ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଲୋକଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରୁଛୁ । ଓ ଭାଲୁ କେମିତି ଶୀଘ୍ର ଜଙ୍ଗଲ ମୁହାଁ ହେବ ତାହାରି ଉପରେ ଆମରି ନଜର ରହିଛି ବୋଲି କହିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଇନର୍ ହୁଇଲ୍ କ୍ଲବ୍ କପିଳାସ,ଢେଙ୍କାନାଳର ନବରାତ୍ରି ପାଳନ ଅବସରରେ ଦାଣ୍ଡିଆ ନାଇଟ୍ -୨୦୨୫ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ 

Sunil Chandra Nayak

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

Leave a Comment

error: Content is protected !!