ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଜୁନାଗଡ଼ରେ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ : ଶାଇନିଂ କିଡ୍ସ ୱର୍ଲ୍ଡରେ AI & Robotics Lab ଏବଂ Conference Hall ଉଦ୍ଘାଟିତ”

“ଜୁନାଗଡ଼ରେ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ : ଶାଇନିଂ କିଡ୍ସ ୱର୍ଲ୍ଡରେ AI & Robotics Lab ଏବଂ Conference Hall ଉଦ୍ଘାଟିତ”

ଜୁନାଗଡ଼, ୧୩/୭(ମନୀସ): ଦ୍ରୁତ ବଦଳୁଥିବା ବୈଷୟିକ ଯୁଗରେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଜ୍ଞାନକୌଶଳ ସହ ସଶକ୍ତ କରିବା ଲକ୍ଷ୍ୟରେ ଜୁନାଗଡ଼ର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଶାଇନିଂ କିଡ୍ସ ୱର୍ଲ୍ଡ ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅତ୍ୟାଧୁନିକ AI & Robotics Lab ଏବଂ Conference Hall ର ଶୁଭ ଉଦ୍ଘାଟନ କରାଯାଇଛି। ଏହି ପଦକ୍ଷେପ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂଚନା ଦେଇଥିବା ବେଳେ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ପ୍ରତି ବିଦ୍ୟାଳୟର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ଏହି ଅବସରରେ ସରକାରୀ ଇଞ୍ଜିନିୟରିଂ କଲେଜ, କଳାହାଣ୍ଡିର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡ଼. ବସନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲ୍ୟାବ୍ ଓ କନଫରେନ୍ସ ହଲ୍‌ର ଉଦ୍ଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତା (AI), Robotics ଓ STEM ଶିକ୍ଷା ଆଗାମୀ ଦିନରେ ଶିକ୍ଷା ଓ କର୍ମସଂସ୍ଥାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ବିଦ୍ୟାଳୟ ସ୍ତରରୁ ଏଭଳି ପ୍ରଯୁକ୍ତି ଭିତ୍ତିକ ଶିକ୍ଷାର ସୁବିଧା ଯୋଗାଇବା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ।କାର୍ଯ୍ୟକ୍ରମରେ QWINGS, IIT Madras Research Parkର STEM Associate ଶ୍ରୀ ପ୍ରିୟଦର୍ଶୀ ରଞ୍ଜନ ରିସୋର୍ସ ପର୍ସନ ଭାବେ ଯୋଗଦେଇ AI, Robotics, Coding, Innovation ଓ Design Thinking ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ କିପରି ପ୍ରାୟୋଗିକ ଭାବେ ରୋବୋଟ୍ ନିର୍ମାଣ, ପ୍ରୋଗ୍ରାମିଂ ଓ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଶିଖିପାରିବେ, ସେନେଇ ସେ ମାର୍ଗଦର୍ଶନ କରିଥିଲେ।ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ଡ଼. ପ୍ରବୀର କୁମାର ଗୋଏଲ କହିଥିଲେ ଯେ, ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପାଠ୍ୟପୁସ୍ତକ ଭିତ୍ତିକ ଶିକ୍ଷା ପର୍ଯ୍ୟାପ୍ତ ନୁହେଁ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା, ନବସୃଜନ ଓ ସମସ୍ୟା ସମାଧାନ ଦକ୍ଷତାର ବିକାଶ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଏହି AI & Robotics Lab ସ୍ଥାପନ କରାଯାଇଛି। ଏହା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁଶାନ୍ତ ଦଣ୍ଡସେନା ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଉଦ୍ଘାଟନୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ଅଭିଭାବକ, ଶିକ୍ଷକ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ

masiha

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

Sunil Chandra Nayak

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

Sunil Chandra Nayak

Leave a Comment

error: Content is protected !!