ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାମରାରୁ ତୁଡାଲଗାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଶୁଡ଼ି ଖଣ୍ଡ ଖଣ୍ଡ, ଯାତାୟାତ ବାଧାପ୍ରାପ୍ତ

ପାମରାରୁ ତୁଡାଲଗାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଶୁଡ଼ି ଖଣ୍ଡ ଖଣ୍ଡ, ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ପଞ୍ଚାୟତର ଉଦାରମା ରାସ୍ତା ଦେଇ ତୁଡାଲଗାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଲଟି ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ। ଲଗାଣ ବର୍ଷା ଯୋଗୁଁ ପୋଲଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବାରୁ ଅଞ୍ଚଳବାସୀଙ୍କ ଯାତାୟାତରେ ଗୁରୁତର ସମସ୍ୟା ଦେଖାଦେଇଛି।

ସୂଚନା ଅନୁସାରେ, ପ୍ରାୟ ୪ ମାସ ପୂର୍ବରୁ ହୋଇଥିବା ପ୍ରବଳ ବର୍ଷାରେ ଏହି ପୋଲଟି ଆଂଶିକ ଭାବେ ଭୁଶୁଡ଼ି ପଡ଼ିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇଥିଲା। ହେଲେ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ଏହାର ମରାମତି କିମ୍ବା ପୁନଃନିର୍ମାଣ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ।

ଏବେ ପୁଣି ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେବାରୁ ପୋଲଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସମୟରେ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି।

ଏଭଳି ସ୍ଥିତିରେ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ପୋଲର ମରାମତି କିମ୍ବା ନୂତନ ପୋଲ ନିର୍ମାଣ କରିବା ସହ ଲୋକଙ୍କ ଯାତାୟାତ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ଟୋନିସ ରୋହୀ ଦାସ ଙ୍କ ରିପୋର୍ଟ୍ 

Related posts

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

masiha

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

masiha

Leave a Comment

error: Content is protected !!