ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଥେରୁବାଲୀ -ତା ୪ ମାର୍ଚ୍ଚ ୨୦୨୫  // କାରଖାନା ପରିସରରେ ଓ ପରିସର ବାହାରେ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଥିବା ଇମ୍ଫା ଥେରୁବାଲି ତରଫରୁ ଆନୁଷ୍ଠାନିକ ଭାବେ ଆଜି କାରଖାନା ପରିସରରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ର ଶୁଭାରମ୍ଭ ହୋଇଛି, ଯାହା ସ୍ଥାନୀୟ କାର୍ଯ୍ୟସ୍ଥଳରରେ ସୁରକ୍ଷା ଦିଗରେ ଏହାର ଏକନିଷ୍ଠ ପ୍ରତିବଦ୍ଧତାକୁ ପରିପ୍ରକାଶ କରିଥିଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀମାନ୍ ବିନୀତ ଷଡଙ୍ଗୀ , ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ ବିଭଗ , ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ର ଶୁଭାରମ୍ଭ ହେଲା ବୋଲି ଉଦଘୋଷଣା କରିଥିଲେ । 

ଉତ୍ସବରେ ଉପସ୍ଥିତ ସମସ୍ତ ଠିକା ଶ୍ରମିକ , ସ୍ଥାୟୀ ଶ୍ରମିକ , କର୍ମଚାରୀ , ବିଭାଗୀୟ ମୁଖ୍ୟ ସମୂହ , ସୁରକ୍ଷା ଶପଥ ଓଡିଆ , ଇଂରାଜୀ ଓ ହିନ୍ଦୀରେ ପାଠ କରିଥିଲେ । “ମୁଁ ସୁରକ୍ଷିତ ରହିବାକୁ ପ୍ରତିବଦ୍ଧ” ଉଲ୍ଲେଖ ଥିବା ଏକ ପ୍ରାଚୀର ପତ୍ରରେ ଦସ୍ତଖତ କରି ଏକ ସ୍ୱାକ୍ଷର ଅଭିଯାନ ର ଶୁଭରମ୍ଭ କରିଥିଲେ , ଯାହା କି ପ୍ରତିଟି ଶ୍ରମୀ ଓ କର୍ମଚାରୀ ଙ୍କ ସୁରକ୍ଷା ଏବଂ ଶାରୀରିକ ସୁସ୍ଥତା ପ୍ରତିଥିବା ବ୍ୟକ୍ତିଗତ ଦାୟିତ୍ୱକୁ ଉତ୍ସାହିତ କରିଥିଲା । 

ଏହି ଉତ୍ସବରେ ଇମ୍ଫା-ଥେରୁବାଲିର ଉପସଭାପତି-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ , ଶ୍ରୀମାନ୍ ଅଶିଷ କୁମାର ରାୟ , ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ “ ଦୈନନ୍ଦିନ ଜୀବନରେ ସୁରକ୍ଷା ସଂସ୍କୃତିକୁ “ ଆପଣେଇବାରେ ସମସ୍ତଙ୍କର ସମୁହ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମାନ ପ୍ରଦ୍ୟୁମ୍ନ ଅଚାର୍ଯ୍ୟ, ଇମ୍ଫାର ବରିଷ୍ଠ ପରିଚାଳକ (ସ୍ଵାସ୍ଥ୍ୟ, ସୁରକ୍ଷା ଓ ପର୍ଯ୍ୟ।ବରଣ) ସଂଯୋଜନା କରିଥିଲାବେଳେ , ଇମ୍ଫା,ଲୋକ ସମ୍ପର୍କ ବିଭାଗର ସହକାରୀ ପରିଚାଳକ ଶ୍ରୀମାନ୍ ଦୀପକ କୁମାର ଓଝା ଓ କନିଷ୍ଠ ଅଧିକାରୀ ଶ୍ରୀମାନ୍ ମାନସ ମହାପାତ୍ର ସହଯୋଗ କରିଥିଲେ ।ପରିଶେଷରେ ଇମ୍ଫା , ମୁଖ୍ୟ କାର୍ଯ୍ୟ।ଳୟରୁ ଆସିଥିବା , ସ୍ଵାସ୍ଥ୍ୟ, ସୁରକ୍ଷା ଓ ପର୍ଯ୍ୟ।ବରଣ ବିଭାଗର ମୁଖ୍ୟ ଶ୍ରୀମାନ୍ ଶ୍ରୀ ପି. ମହେଶ ଧନ୍ୟବାଦ ଜ୍ଞାପନ କରିଥିଲେ । 

ଆଜିର ଏହି ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଇମ୍ଫା-ଥେରୁବାଲୀର ସୁରକ୍ଷା ଉତ୍କୃଷ୍ଟତା, ବ୍ୟବସ୍ଥାପନା ସମ୍ମତି, ଏବଂ ପ୍ରତିକ୍ରିୟା ସଂକୁଳନ ପ୍ରତି ପ୍ରତିବଦ୍ଧତାକୁ ପୁନଃ ନିର୍ଦ୍ଦେଶ କରିଥିଲା, ଯାହା ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟସ୍ଥଳ ସୁନିଶ୍ଚିତ କରିବାରେ ସହଯୋଗୀ ହୋଇପାରିଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀ ସେବାୟତ କଳାହାଣ୍ଡିରେ

masiha

ସ୍ବାମୀ କ୍ରିଷ୍ଣାନନ୍ଦ ସରସ୍ବତୀଙ୍କ ୧୦୪ ତମ ଜୟନ୍ତୀ ପାଳନ

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!