ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜା ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

କଟକ : କଟକ ସଦର ବେଣ୍ଟକାର ଗୋପାଳଜୀଉ ମନ୍ଦିର ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଠାରେ ୪୨ମୌଜା ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ଇ° ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡଃ ସେକ୍ କଲିମୁଲ୍ଲା, ଅଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ, ଶିକ୍ଷକ ଗୁରୁ ଅଭୟ କୁମାର ଦାସ, ସାହିତ୍ୟିକ ଡଃ ଚିତ୍ତରଞ୍ଜନ ବେହେରା, ବେଣ୍ଟକାର ସରପଞ୍ଚ ଶିବଶଙ୍କର ମଲ୍ଲିକ, ସମିତି ସଭ୍ୟ ବିନୋଦ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, କଟକ ସଦର ବ୍ଲକ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛୟତ ଓ ସମାଜସେବୀ ପ୍ରଭାତ କୁମାର ଖଟୁଆ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭା ଆରମ୍ଭରୁ ବାଲେଶ୍ଵର ସ୍ଥିତ ବାହାନଗା ଠାରେ ହୋଇଥିବା ମର୍ମନ୍ତୁତ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୨ମୌଜା ସ୍ତରରେ ଟପ୍ପର ହୋଇଥିବା ଭୂମିକା ଜେନା, ଆକାଂକ୍ଷା ସାହୁ, ସୁକନ୍ୟା ଜେନା ଓ ସୁଭଦ୍ରା ଜେନାଙ୍କୁ ବଟକୃଷ୍ଣ ମେମୋରିଆଲ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା। ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ମନୋରଞ୍ଜନ ଶତପଥୀ, ଛାତ୍ରୀଙ୍କ ଅଭିଭାବକ ଦୀପକ୍ କୁମାର ଜେନା, ହେମନ୍ତ କୁମାର ସାହୁ, ଅନୁପମା ସାହୁ ଓ ଦୁଃଖୀଶ୍ୟାମ ଜେନାଙ୍କୁ ବିକାଶ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଭାସ୍କର ଦାସ, ସୁଜନ ମହାନ୍ତି, ନଟବର ବେହେରା ଓ ରାମଚନ୍ଦ୍ର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

masiha

ନିର୍ମାଣର ୨ ମାସ ନହେଉଣୁ ଦବି ଗଲାଣି ରାସ୍ତା, ନିମ୍ନମାନର କାର୍ଯ୍ୟ ଅଭିଯୋଗ

Sunil Chandra Nayak

କୋଇଡା ପ୍ରେସକ୍ଲବର ୧୦ ଦିବସୀୟ ୨ ୟ ବାର୍ଷିକୋତ୍ସବ ରାଜ୍ୟ ଉପବାଚସ୍ପତିଙ୍କ ଦ୍ବାରା ଶୁଭ ଉଦ୍ଘାଟିତ 

masiha

Leave a Comment

error: Content is protected !!