ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ମଞ୍ଚ କଳାହାଣ୍ଡି ଶାଖାର ବୈଠକ୍ ଓ କର୍ମକର୍ତ୍ତା ନିର୍ବାଚନ

ଭବାନୀପାଟଣା:୩୦/୩ – (ମନିସ):- ଗତ ତା ୨୯/୩/୨୦୨୩ ରିଖ ବୁଧବାର ସଂନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ଭାଗୀରଥି ଇନ୍ ମଣ୍ତପ ବୈଠକ ଗୃହ ଠାରେ ଆନ୍ତର୍ଜାତିୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ମଞ୍ଚ କଳାହାଣ୍ଡି ଶାଖାର ପ୍ରସ୍ତୁତି ବୈଠକ ସର୍ବ ଭାରତୀୟ ଶ୍ରୀଜଗନ୍ନାଥ ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ପଣ୍ତାଙ୍କ ଅଧ୍ଯକ୍ଷତାରେ ଆୟୋଜିତ କଳାହାଣ୍ଡି ଶାଖାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସ୍ତରର ବା ଜିଲ୍ଳା ଶାଖାର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ରଖାଯାଇଥିଲା। ସର୍ବ ଭାରତୀୟ ସମ୍ପାଦକ ଶ୍ରୀ ବିରଞ୍ଚି ପଣ୍ତା ସର୍ବ ପ୍ରଥମେ ବୈଠକର ମୂଳ ଉଦ୍ଦେଶ୍ୟକୁ ପୂଙ୍ଖାନୁପୂଙ୍ଖ ଭାବରେ ଅବଗତ କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଶ୍ରୀ ଜଗନ୍ନାଥ ତ୍ରିପାଠୀଙ୍କୁ କହି ମଞ୍ଚାସିନ ଥିଲେ ଆବାହକ ଶ୍ରୀ ବିରଞ୍ଚି ପଣ୍ତା, ଡ,ଅଜୟ ମିଶ୍ର, ଗୁରୁ ଶ୍ରୀ ଭୀମସେନ ସାହୁ, ଡ. ବିଶ୍ବଜିତ ହୋତା, ଶ୍ରୀ ଜଗନ୍ନାଥ ପାଢ଼ୀ, ଶ୍ରୀ ଗୋଦାବରୀଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତା ଚୟନ କରିଥିଲେ। ନବନିର୍ବାଚିତ ସଭାପତି ଶ୍ରୀ ଅଜୟ କୁମାର ମିଶ୍ର, ଉପସଭାପତି ଡ. ବିଶ୍ବଜିତ ହୋତା, ଶ୍ରୀ କୈଳାସ ଚନ୍ଦ୍ର ନାଏକ , ସାଧାରଣ ସମ୍ପାଦକ ଜଗନ୍ନାଥ ପାଢୀ ଯୁଗ୍ମ ସମ୍ପାଦକ ତ୍ରୀବିକ୍ରମ ଷଡଙ୍ଗୀ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ରଥ ସେହିପରି କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ତ୍ରିପାଠୀଙ୍କୁ ଚୟନ ହୋଇଥିଲେ। ଉପଦେଷ୍ଟା କମିଟିର ସଭ୍ଯ ଶ୍ରୀ ଭୀମସେନ ସାହୁ, ଶ୍ରୀ ପ୍ରମୋଦ ଖମାରୀ, ଶ୍ରୀ ବାନାମ୍ବର ଦାସ, ଶ୍ରୀ ପଞ୍ଚାନନ ଦାସ, କୁଳମଣି ସାହୁ, ରାଜେଶ ହୋତା, ଡୋଳାମଣି ସାହୁ, ପିତାମ୍ବର ଭୋଇ, ପ୍ରଭାସ ଚନ୍ଦ୍ର ମିଶ୍ର, ଗୋବର୍ଦ୍ଧନ ଦାସ, ରଜନୀକାନ୍ତ ମୁନି, ଧୀରେନ କୁମାର ନାଏକ, ରମେଶ ଚନ୍ଦ୍ର ସିଂହ, କାର୍ଯ୍ଯକାରିଣୀ ସଦସ୍ୟ ଶ୍ରୀ ଭବାନୀଶଙ୍କର ରାଉତ୍, ଭୂପେଷ ତ୍ରିପାଠୀ, କରୁଣାକର ଦାସ, ତରୁଣ ମହାପାତ୍ର, ଆଦିତ୍ୟ ସିଂହ, ବସନ୍ତ ସିଂହ, କ୍ଷୀରସିନ୍ଧୁ ନାଏକ, ଚକ୍ରଧର ସେଠୀ, ରାଧାକାନ୍ତ ବେହେରା, ଶମ୍ଭୁପ୍ରସାଦ ମିଶ୍ର ଓ ଦିବାକର ସାହୁ, ଅନୁପ ନାଏକ, ରବି କାନୁନଗୋ ଙ୍କ ଉପସ୍ଥିତିରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ମଞ୍ଚ କଳାହାଣ୍ଡି ଶାଖାର ପ୍ରଥମ ଅଧିବେଶନ ଓ ନୂତନ କର୍ମକର୍ତ୍ତା ଦ୍ବାରା କମିଟି ଗଠନ କରାଗଲା। ମଞ୍ଚ ପରିଚାଳନା ଓ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରି ଅଧ୍ଯକ୍ଷକଙ୍କ ଅନୁମତି କ୍ରମେ ସଭାକୁ ସାଙ୍ଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଦାସିଗାଁ ପେଏକ୍ସ ଅଧିନସ୍ଥ ମଣ୍ଡି ଉଦଘାଟିତ

masiha

ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ  ଶେଷ ହେଲା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ 

masiha

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!