ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )୮/୫ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଚଚରାଭଟା ଗ୍ରାମର ଗହନା ଛକରେ ଥିବା ନଳକୂଅ ଗତ ୪ ମାସ ଧରି ଖରାପ ହୋଇ ପଡ଼ିରହିଛି। ଏହାର ମରାମତି ନ ହେବାରୁ ଗ୍ରାମବାସୀ ଗୁରୁତର ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମରେ ପୂର୍ବରୁ ମଧ୍ୟ ପାଣି ସମସ୍ୟା ଲାଗି ରହୁଥିବା ବେଳେ ଏହି ନଳକୂଅ ଅଚଳ ହୋଇଯାଇଥିବାରୁ ଲୋକମାନଙ୍କ ଅସୁବିଧା ଆହୁରି ବଢ଼ିଯାଇଛି। ଅନେକ ସମୟରେ ଗ୍ରାମବାସୀ ଜଳ ଯୋଗାଣ ପାଣିକୁ ଅପେକ୍ଷା କରିଥାନ୍ତି, କିନ୍ତୁ ନିୟମିତ ପାଣି ଯୋଗାଣ ନ ହେବାରୁ ଦୈନନ୍ଦିନ କାମକାଜରେ ବହୁ ସମସ୍ୟା ଦେଖାଦେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାରମ୍ବାର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ନଜର ଦେଇନାହାନ୍ତି। ଖବର ପ୍ରସାରଣ ପରେ ତୁରନ୍ତ ନଳକୂଅର ମରାମତି କରାଯାଇ ଗ୍ରାମବାସୀଙ୍କ ପାଣି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି ହେଉଛି।

Related posts

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

Sunil Chandra Nayak

ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ

Sunil Chandra Nayak

ଲୋପ ପାଇବାକୁ ବସିଲାଣି ଦେଶୀ ଧାନ

Sunil Chandra Nayak

Leave a Comment

error: Content is protected !!