ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )୮/୫ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଚଚରାଭଟା ଗ୍ରାମର ଗହନା ଛକରେ ଥିବା ନଳକୂଅ ଗତ ୪ ମାସ ଧରି ଖରାପ ହୋଇ ପଡ଼ିରହିଛି। ଏହାର ମରାମତି ନ ହେବାରୁ ଗ୍ରାମବାସୀ ଗୁରୁତର ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମରେ ପୂର୍ବରୁ ମଧ୍ୟ ପାଣି ସମସ୍ୟା ଲାଗି ରହୁଥିବା ବେଳେ ଏହି ନଳକୂଅ ଅଚଳ ହୋଇଯାଇଥିବାରୁ ଲୋକମାନଙ୍କ ଅସୁବିଧା ଆହୁରି ବଢ଼ିଯାଇଛି। ଅନେକ ସମୟରେ ଗ୍ରାମବାସୀ ଜଳ ଯୋଗାଣ ପାଣିକୁ ଅପେକ୍ଷା କରିଥାନ୍ତି, କିନ୍ତୁ ନିୟମିତ ପାଣି ଯୋଗାଣ ନ ହେବାରୁ ଦୈନନ୍ଦିନ କାମକାଜରେ ବହୁ ସମସ୍ୟା ଦେଖାଦେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାରମ୍ବାର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ନଜର ଦେଇନାହାନ୍ତି। ଖବର ପ୍ରସାରଣ ପରେ ତୁରନ୍ତ ନଳକୂଅର ମରାମତି କରାଯାଇ ଗ୍ରାମବାସୀଙ୍କ ପାଣି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି ହେଉଛି।

Related posts

ନବରଙ୍ଗପୁର ଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଉପରେ ସଚେତନତା ପଦଯାତ୍ରା ଅନୁଷ୍ଠିତ 

ନାଲସା (ଏସିଡ ଆକ୍ରମଣ ପୀଡିତାଙ୍କୁ ଆଇନ ଆଇନ ସହାୟତା) ଯୋଜନା, ୨୦୧୬ ସମ୍ପର୍କିତ ଦଣ୍ତବିଧି ଆଇନ ଓ ପୀଡିତା କ୍ଷତିପୂରଣ ଯୋଜନା ୨୦୧୬ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ର ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!