ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା 

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା 

ଡାବୁଗାଁ, ୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୩ ଦିନ ପରେ ଗୁରୁବାର ଅପରାହ୍ନ ରେ ଗ୍ରାମବାସୀ ତାଲା ଖୋଲିଛନ୍ତି | ସୂଚନାଯୋଗ୍ୟ:- ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ମାନଙ୍କ ବଦଳି ଏବଂ ମଧ୍ୟାନ୍ନ ଭୋଜନରେ ଅନିୟମିତତା ର ବିରୋଧ କରି ଜାନୁଆରୀ ୨୯ ତାରିଖ ସୋମବାର ଦିନ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ଉକ୍ତ ବିଦ୍ୟାଳୟ ରେ ଥିବା ଶିକ୍ଷୟତ୍ରୀ ଶିକ୍ଷକ ଠିକ୍ ସମୟରେ ବିଦ୍ୟାଳୟ ଆସୁ ନାହାନ୍ତି, ଛୁଟି ସମୟ ପୂର୍ବରୁ ବିଦ୍ୟାଳୟ ତାଲା ପକାଇ ଚାଲିଯାଉଛନ୍ତି । ବିଦ୍ୟାଳୟ ରେ ଠିକ୍ ଭାବରେ ଛାତ୍ରୀ ଛାତ୍ର ଙ୍କୁ ପାଠ ପଢ଼ାଉନଥିବା, ବିଦ୍ୟାଳୟ କୁ ଆସୁଥିବା ବହି ଗୁଡ଼ିକୁ ବିକ୍ରି କରୁଥିବା, ଛାତ୍ରୀ ଛାତ୍ର ଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଖାଇବାକୁ ନଦେବା ଓ ବିଦ୍ୟାଳୟ ମରାମତି ପାଇଁ ଆସୁଥିବା ଅର୍ଥ କାର୍ଯ୍ୟରେ ଲଗାଉନଥିବା, ଗଣତନ୍ତ୍ର ଦିବସ ଦିନ ଛାତ୍ରୀ ଛାତ୍ରଙ୍କୁ ମଧ୍ୟାନ୍ନ ଭୋଜନ ନଦେବାତେଣୁ ବର୍ତ୍ତମାନ ବିଦ୍ୟାଳୟରେ ଥିବା ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ବଦଳି କରି ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ | ଗୁରୁବାର ଦିନ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା ଓ ହେମନ୍ତ କୁମାର ପଣ୍ଡା ବିଦ୍ୟାଳୟରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଆସନ୍ତା ସୋମବାର ସୁଦ୍ଧା ୨ ଜଣ ଶିକ୍ଷକଙ୍କୁ ବଦଳି କରାଯାଇ ନୂତନ ଶିକ୍ଷକ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅପରାହ୍ନରେ ଗ୍ରାମବାସୀ ମାନେ ବିଦ୍ୟାଳୟରୁ ତାଲା ଖୋଲିଥିଲେ | ପରେ ଗୋଟିଏ ଓଳି ପାଠପଢା ସ୍ଵାଭାବିକ ହେବା ସହ ପିଲା ଙ୍କୁ ମଧ୍ୟାନ୍ନ ଭୋଜନ ଦିଆଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

Sunil Chandra Nayak

ମୁନିଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

masiha

Leave a Comment

error: Content is protected !!