ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ମନ୍ଦିର ପୂଜାରୀ ଙ୍କ ହୃଦ୍ ଘାତ ରେ ପରଲୋକ 

ଶ୍ରୀରାମ ମନ୍ଦିର ପୂଜାରୀ ଙ୍କ ହୃଦ୍ ଘାତ ରେ ପରଲୋକ 

ଧର୍ମଗଡ:ଧର୍ମଗଡ ମହିଳା ମହାବିଦ୍ୟାଳୟ ନିକଟ ରେ ଥିବା ଶ୍ରୀ ରାମ ମନ୍ଦିର ର ପୂଜକ ବାଘାମ୍ବର ଶତପଥି (୬୬) ଙ୍କ ହୃଦଘାତ ରେ ପରଲୋକ ହୋଇଯାଇଛି। ସ୍ବର୍ଗତ ଶତପଥି ଗତ କିଛି ମାସ ତଳେ ହୃଦରୋଗ ସମସ୍ୟା ର ଉପଚାର କରାଇ ଫେରି ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସବୁ ଦିନ ପରି ମନ୍ଦିର ପୂଜା ମଧ୍ଯ କରି ଥିଲେ । ତେବେ ହଠାତ ଆଜି ଦିନ ପ୍ରାୟ ୧୧ ଘଣ୍ଟା ସମୟ ରେ ସେ ଅସୁସ୍ଥ ହୋଇ ପଡ଼ି ଥିଲେ ତାଙ୍କୁ ତୁରନ୍ତ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା । ଶୋକାକୁଳ ପରିବେଶ ରେ ତାଙ୍କ ନିଜ ଗାଁ ଥନଟ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା । ଏକ ମାତ୍ର ପୁତ୍ର ରାମ ଚନ୍ଦ୍ର ଶତପଥି ମୁଖାଗ୍ନି ଦେଈ ଥିଲେ । ସେ ଜଣେ ଧର୍ମପରାୟଣ ଅମାୟିକ ବ୍ୟକ୍ତି ଥିଲେ ତାଙ୍କ ର ଦେହାନ୍ତ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ ସଞ୍ଜୟ କୁମାର ପ୍ରଧାନ ସଭାପତି ଭାବେ ନିର୍ବାଚିତ  ସେପ୍ଟେମ୍ବର ୨୭ ରୁ ତିନି ଦିନିଆ ଫଟୋ ଫେୟାର 

masiha

ବିଶ୍ବନାଥପୁରଠାରେ ମିଶନ ସୂର୍ଯ୍ୟୋଦୟର ସଫଳତା ସମାରୋହ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!