ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ

କୋକସରା,୧୫/୮ // ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆନନ୍ଦ ଉଲ୍ଲାସର ସହିତ ଦେଶବ୍ୟାପୀ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ମଧ୍ୟ ପାଳନ କରାଯାଇଛି । କୋକସରା ଧାନ ମଣ୍ଡି ପରିସରରେ ସାମ୍ବାଦିକ ସଙ୍ଘ ସଭାପତି ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଅଖଣ୍ଡତା, ଏକତା ଉପରେ ଆଲୋକପାତ କରିବା ସହ ବ୍ଲକ ସାମ୍ବାଦିକ ସଙ୍ଘ ମଧ୍ୟ ବ୍ଲକରେ ରହିଥିବା ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ଉଜାଗର କରିବା ସହ ପ୍ରଶାସନ ସ୍ତରରେ ସମସ୍ୟାର ସମାଧାନ କରିବା ସହ ବ୍ଲକର ଉନ୍ନତି ଦିଗରେ ଖବର ପରିବେଷଣ କରିବାକୁ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସଙ୍ଘର ଉପ ସଭାପତି ସନତ କୁମାର ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, ତ୍ରିଲୋକ୍ୟ ବେଶ୍ରା, ଦିଗାମ୍ବର ନାଗ, ରାଧାକାନ୍ତ ହଂସ, କାମେଶ ନାଗ, ରଞ୍ଜନ କୁମାର ସାହୁ, ସନ୍ତୋଷ କୁମାର ନାଏକ, ତ୍ରିନାଥ ବେଶ୍ରା, ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଘର ସାଧାରଣ ସମ୍ପାଦକ ସୁଧାରାମ ସରାଫ, କୋଷାଧ୍ୟକ୍ଷ ବିନୋଦ ପଟେଲ, ସହ ସମ୍ପାଦକ ସୁରେଶ ସାହୁ, ସାଙ୍ଗଠାନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, ତାପସ ରାୟ, କିଶନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହି ଥିବାରୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସଙ୍ଘର କାର୍ଯ୍ୟକ୍ରମରେ ଜଡିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିପିଡିପି ପ୍ରସ୍ତୁତି ବୈଠକ

masiha

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ନବ ବର୍ଷ ଶୁଭେଚ୍ଛା ସହ ଦାବୀ ପତ୍ର ଦେଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣ ପରିଷଦ 

Sunil Chandra Nayak

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

masiha

Leave a Comment

error: Content is protected !!