ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନଛତରଙ୍ଗ ବିଦ୍ୟାଳୟରେ ଗତ କାଳବୈଶାଖିରେ ଉଡାଇଥିବା ଟିଣଛାତର ୪ ମାସ ଅତିକ୍ରମ କରିସାରିଛି ହେଲେ ଏହାର ମରାମତିର ନାଁଗନ୍ଧ ଧରୁନାହିଁ

ସାନଛତରଙ୍ଗ ବିଦ୍ୟାଳୟରେ ଗତ କାଳବୈଶାଖିରେ ଉଡାଇଥିବା ଟିଣଛାତର ୪ ମାସ ଅତିକ୍ରମ କରିସାରିଛି ହେଲେ ଏହାର ମରାମତିର ନାଁଗନ୍ଧ ଧରୁନାହିଁ

ବର୍ଷାରେ ଶ୍ରେଣୀ ଗୃହ ଛାତରୁ ପାଣି ଝରୁଛି। ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ବ୍ଯାଘତ ପ୍ରଶାସନ ଚୂପ

ଥୁଆମୂଳ ରାମପୁର,୨୭|୭ (ମନିସ): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଣାତ୍ମକ ଶିକ୍ଷା, ଆଧୁନିକ ଭିର୍ତ୍ତି ଭୂମି ସହିତ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଡିଣ୍ତିମପିଟି ପିଟୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ସାନଛତ୍ରଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି ଏହା ଆଜିର କଥା ନୁହେଁ ଦୀର୍ଘଦିନରୁ ଏହିଭଳି ଅବ୍ୟବସ୍ଥା ବିଦ୍ୟାଳୟରେ ଲାଗିରହିଛି ବୋଲି ତୋ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ସହିତ ସେମାନଙ୍କ ପାଠପଢ଼ା କିଭଳି ରହିଛି ତାହା ଏକ ଗୁରୁତର ପ୍ରଶ୍ନ ହୋଇଛି। ବିଦ୍ୟାଳୟର ଛାତର ସୁରକ୍ଷା ଦୃଷ୍ଟିରୁ ଛାତ ଉପରେ ଏକ ଟିଣ ଛାଉଣୀ ଗତ ମାର୍ଚ୍ଚ ୧୭ ତାରିଖରେ ନିମ୍ନମାନରେ ନିର୍ମାଣ ହୋଇଥିବା ଯୋଗୁଁ ପରବର୍ତ୍ତୀ ସମୟରେ କାଳବୈଶାଖି ଝଡ଼ ଆସି ସମ୍ପୂର୍ଣ୍ଣ ଭାବରେ ଉଡାଇ ଦେଇଥିଲା ଟିଣଛାତ। ଏହା ଦିନକର ଘଟଣା ନୁହଁ ଆଜକୁ ପ୍ରାୟ ଚାରି ମାସ ଅତିକ୍ରମ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଛାତର ମରାମତି କାମ ଆରମ୍ଭ କରାଯାଇ ପାରିନାହିଁ। ବର୍ତ୍ତମାନ ବର୍ଷା ଋତୁ ସମୟ ଚାଲୁଛି ତେଣୁ ବିଦ୍ୟାଳୟ କୋଠାର ଛାତରୁ ବର୍ଷା ପାଣି ଅନବରତ ଝରି ପଡୁଥିବାରୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ରେ ବାଧାସୃଷ୍ଟି ହେଉଥିବା ଜଣାପଡିଛି। ଶ୍ରେଣୀଗୃହ ଭିତରେ ବର୍ଷା ପାଣି କୁତ୍ରୀମ ବନ୍ଯା ସୃଷ୍ଟି ହେଉଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡା ପ୍ରବଳ ବର୍ଷାରେ ବିଦ୍ୟାଳୟ ବନ୍ଦ ମଧ୍ୟ କରାଯାଉଛି ବୋଲି ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଖାଲିସେତିକି ନୁହେଁ ପୁଣି ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଟିଣଛାତ ଉଡ଼ିଯିବା ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ବ୍ଲକ ଶିକ୍ଷା ବିଭାଗକୁ ଏନେଇ ଏକାଧିକ ଥର ଜଣାଇ ଆସୁଥିବା ବେଳେ ସମସ୍ୟାର ସମାଧାନ ଦିଗରେ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାଛଡା ସ୍ଥାନୀୟ ଲୋକଙ୍କ ମତରେ, ବିଦ୍ୟାଳୟ ଭଳି ସମ୍ବେଦନଶୀଳ ଶିକ୍ଷାନୁଷ୍ଠାନ ଏହା ଦୀର୍ଘଦିନ ଧରି କ୍ଷତିଗ୍ରସ୍ତ ଅବସ୍ଥାରେ ପଡିରହିଛି ଏହାକୁ ଅବହେଳା କରାଯାଉଛି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ବାର୍ତ୍ତମାନ ଯଦି ଟିଣ ଛାଉଣୀର ତୁରନ୍ତ ମରାମତି କରାନଯାଏ, ତେବେ ଏହି ଲଗାତାର ବର୍ଷାରେ ବିଦ୍ୟାଳୟ ଆହୁରି ଅଧିକ କ୍ଷତିଗ୍ରସ୍ତ ହେବା ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ବୋଲି ଜନସାଧାରଣ ଏବଂ ଅଭିଭାବକ ଚନ୍ତାରେ ପଡିଛନ୍ତି୍। ଏତତ୍ ବ୍ଯତିତ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ମଧ୍ୟ ଗୁରୁତର ଭାବରେ ବାଧା ସୃଷ୍ଟି ହୋଇପାରେ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଅଞ୍ଚଳବାସୀ ଓ ଅଭିଭାବକମାନେ ବ୍ଲକ ପ୍ରଶାସନ ଏବଂ ଶିକ୍ଷା ବିଭାଗ ତୁରନ୍ତ ଘଟଣାର ସ୍ଥଳରେ ପହଞ୍ଚି ଏହାକୁ ପରିଦର୍ଶନ କରି ଆବଶ୍ୟକ ସ୍ଥଳରେ ମରାମତି କାମ ଆରମ୍ଭ କରିବା ନିର୍ଦ୍ଦେଶ ଦେଇ ବିଦ୍ୟାଳୟରେ ସୁରକ୍ଷିତ ପରିବେଶ ସୃଷ୍ଟି କରି ସୁନିଶ୍ଚିତ କରିବାକୁ ଦାବି କରାଯାଇଛି। ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ହୋଇପାରିନାହିଁ ଏହାକୁ ନେଇ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଆଗକୁ ଦେଖିବାକୁ ବାକି ରହିଲା ଯେ, ଗରିବମାନଙ୍କ କୋମଳମତୀ ଛୋଟ ଛୋଟ ପିଲାଙ୍କ ସୁରକ୍ଷା ଓ ତାଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ କେବେ ଜରୁରୀ କାଳୀନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

Sunil Chandra Nayak

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

ରାଇରଙ୍ଗପୁର ରେ ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା 

masiha

Leave a Comment

error: Content is protected !!