ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଗମାନନ୍ଦ ଜୟନ୍ତୀ ପାଳିତ 

ନିଗମାନନ୍ଦ ଜୟନ୍ତୀ ପାଳିତ 

ନବରଙ୍ଗପୁର :(୨୮|୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଗାନ୍ଧୀନଗର ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମରେ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ 147 ତମ ଜନ୍ମ ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ତଦୀୟ ଭକ୍ତ ମାନଙ୍କ ଦ୍ୱାରା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ପ୍ରାତଃ କାଳୀନ ଅଧିବେଶନରେ ମଙ୍ଗଳ ଆରତୀ, ଗୁରୁ ବନ୍ଦନା, ସ୍ତୋତ୍ର ପାଠ ଓ ରାଷ୍ଟ୍ରୀୟ ପ୍ରାର୍ଥନା ସହିତ ନିଗମ ଗ୍ରନ୍ଥବଳି ପାଠ କରାଯାଇଥିଲା । ଦିବା 10:30 ସମୟରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନରେ ଆଜିର ସମୟରେ ସଦ୍ଗୁରୁ ନିଗମାନନ୍ଦଙ୍କ ବାଣୀ ଓ ଆଦର୍ଶର ପ୍ରୟୋଜନୀୟତା ସଂପର୍କରେ ଆଲୋଚନା କରି ଆଶ୍ରମର ସଭାପତି ନାରାୟଣ ପଣ୍ଡା ଆଦର୍ଶ ପାରିବାରିକ ଜୀବନ ଚର୍ଯ୍ୟାରେ ପଞ୍ଚଯଜ୍ଞର ମହତ୍ୱ ଥିବା ଦର୍ଶାଇ ନିଗମ ଦର୍ଶନର ମୂଳମନ୍ତ୍ର – ସନାତନ ଧର୍ମର ପୁନଃ ପ୍ରଚାର ଓ ପ୍ରତିଷ୍ଠା, ସତ ଶିକ୍ଷାର ବିସ୍ତାର ଓ ଶିବଜ୍ଞାନ ରେ ଜୀବ ସେବା ସମାଜର ଧ୍ୟେୟ ହେଉ ,ପ୍ରକାଶ କରିଥିଲେ । ଉତ୍ସବରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, କାଉନସିଲର ଅମିତ ପ୍ରଧାନ, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକରୀ ଡ଼ଃ ପ୍ରଫୁଲ୍ଲ କୁମାର ପାଢ଼ୀ, ଡ଼ଃ ସୂଦୀପ୍ତା ରାଉତ, ବାଙ୍କ ବିହାରୀ ବିଶୋଇ, ସୁଶୀଲ କୁମାର ଜୈନ, କବି ବିଜୟ କୁମାର ଚୌଧୁରୀ, ହୃଷିକେଶ ଦାସ, ପି ଏଲ ମୂର୍ତ୍ତି, ଆଇନଜୀବୀ ରାମ ପ୍ରସାଦ ପାତ୍ର, ସଚ୍ଚିନନ୍ଦନ ସ୍ବାଇଁ, ଡ଼ଃ ଦେଶବନ୍ଧୁ ସାହୁ, ଡ଼ଃ ଓଁକାର ପଟ୍ଟନାୟକ, ସର୍ବେଶ୍ୱର ପାତ୍ର, ଶରତ ଚନ୍ଦ୍ର ପାତ୍ର, ଲଷ୍ମୀକାନ୍ତ ପଣ୍ଡା, ବିକ୍ରମ ଦାସ,ସର୍ବେଶ୍ୱର ତ୍ରିପାଠୀ ପ୍ରମୁଖ ସହରର ଧର୍ମପରାୟଣ ଓ ବୁଦ୍ଧିଜୀବୀ ବିଶେଷ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ଉତ୍ସବ ପରିଚାଳନା କରିଥିବା ବେଳେ ନିରଞ୍ଜନ ଦାସ, ଦେବ ପ୍ରସାଦ ସାମନ୍ତରାୟ, ଅଜୟ କୁମାର ଦାସ, ଦାମୋଦର ବେହେରା, ସୁବୋଧ କୁମାର ଧଳ, ପ୍ରମୋଦ କୁମାର ସେଠି, ଉଦୟନାଥ ମହାଲିକ, କୃଷ୍ଣ କେଉଟ,ଫୁଲଚାନ୍ଦ ଭତରା ଓ ଜୟ ଦାସ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଆଶ୍ରମର ସେବକ ସଞ୍ଜୟ କୁମାର ଦାସଙ୍କ ଦ୍ୱାରା ଆଳତୀ ଓ ସେବା ପୂଜା ସମ୍ପାଦନ କରାଯାଇଥିଲା । ଠାକୁରଙ୍କୁ ପ୍ରତିକୃତିକୁ ବହୁବିଧ ପୁଷ୍ପରେ ଶୃଙ୍ଗାର କରିଥିଲେ ଦେବବ୍ରତ ସାମନ୍ତରାୟ ଏବଂ ପ୍ରଫୁଲ୍ଲକୁମାର ପଣ୍ଡା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ,  ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ

masiha

ନନ୍ଦାଵସା ଗ୍ରାମର ବସୁଧା ପ୍ରକଳ୍ପ ପାଣି ଟାଙ୍କି ନିମ୍ନମାନର ନିର୍ମାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ

masiha

Leave a Comment

error: Content is protected !!