ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ପାଳିତ

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ପାଳିତ

ଢେଙ୍କାନାଳ(ମ ସୀ ହା)ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଦିବା ୦୭ ଘଟିକା ସମୟରେ ନିରାଡ଼ମ୍ବର ଭାବରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ବରିଷ୍ଠ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ,ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ତଥା କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ।ପ୍ରାରମ୍ଭରେ ସମସ୍ତ ଛାତ୍ରୀ -ଛାତ୍ର ମାନଙ୍କୁ ବିଦ୍ୟାଳୟରେ ନୂତନ ଭାବେ ପ୍ରଥମେ ପ୍ରବେଶ କରିବା ସମୟରେ ପ୍ରାକ୍ତନ ଛାତ୍ରୀ -ଛାତ୍ର,ଶିକ୍ଷୟିତ୍ରୀ- ଶିକ୍ଷକ,ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା- ସଦସ୍ୟ ମାନଙ୍କ ଉପସ୍ଥିତିରେ ପୁଷ୍ପ ଚନ୍ଦନ ଓ ଚକୋଲେଟ୍ ଅର୍ପଣ କରି ସ୍ଵାଗତ କରାଯାଇଥିଲା ।ସଂଯୋଜକ ତଥା ସଭାପତି ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ -୨୦୨୪ ପାଳନର ଆବଶ୍ୟକତା,ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ସ୍ୱରଚିତ ସ୍ଳୋଗାନ ଦେଇ ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରି ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା କ୍ଷେତ୍ରରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ,ମଧ୍ୟାହ୍ନ ଭୋଜନ,ମାଗଣା ପୋଷାକ,ଜୋତା, ମୋଜା,ବାଇ ସାଇକେଲ ହାସଲ,ପଠାଣି ସାମନ୍ତ ମେଧାବୃତ୍ତି, ଜାତୀୟ ମେଧାବୃତ୍ତି,ଏନ୍.ଏମ.ଏମ.ଏସ ମେଧାବୃତ୍ତି,ସମର ଶିକ୍ଷାର୍ଥୀ (ଜଳ,ସ୍ଥଳ,ଆକାଶ,ବାଳିକା)ବିଭାଗ,ଷ୍ଟୁଡେଣ୍ଟ୍ ପୋଲିସ୍ କ୍ୟାଡେଟ,ସ୍କାଉଟ,ଗାଇଡ,ରେଡକ୍ରସ୍,ଗ୍ରୀନ ଆର୍ମି (ସବୁଜ ବାହିନୀ) ତଥା ବିଭିନ୍ନ କଳା,ସଂସ୍କୃତି,ବିଜ୍ଞାନ,କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାରପ୍ରାପ୍ତ ହେବାର ଗୌରବ ଅର୍ଜନ କରିପାରିବେ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଆମ ସ୍କୁଲ୍ ରେ ଚଳିତ ବର୍ଷ ଏକ ସପ୍ତାହ ମଧ୍ୟରେ ଶତାଧିକ ନୂତନ ଛାତ୍ରୀ ଛାତ୍ର ମାନଙ୍କର ନାମଲେଖା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସ୍ଵୀୟ ବକ୍ତବ୍ୟରେ ମତପ୍ରକାଶ କରି କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା,ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ।ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିନାହିଁ ଆମର ଏହି ସରକାରୀ ହାଇସ୍କୁଲ କ୍ୟାମ୍ପସ୍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ। କେବଳ ଶ୍ରେଣୀ ବହି ପଢ଼ା ନୁହେଁ,ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଇ – ଲାଇବ୍ରେରୀ, ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ,ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା,ଇଣ୍ଡୋର୍ କ୍ରୀଡ଼ା ଗୃହ,କମ୍ପ୍ୟୁଟର ଶିକ୍ଷା,ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍),ବିଜ୍ଞାନ ଷ୍ଟୋର,ବିଜ୍ଞାନ ଗ୍ୟାଲେରୀ,ଅଟଳ ଟିଙ୍କରିଂ ଲ୍ୟାବ,ମିନି ସାଇନ୍ସ୍ ସେଣ୍ଟର,ଆଇ.ସି.ଟି.ଲ୍ୟାବ୍,ଅଟୋମୋ- ଟିଭ ଲ୍ୟାବ୍ ସୁବିଧା ସେମାନଙ୍କୁ ମିଳିପାରିଛି।

ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ଵଚ୍ଛ ଶୌଚାଳୟ, ଚକମକିଆ ଓ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ସବୁଜ ବଗିଚା, ୱାଟର ଫାଉଣ୍ଟେନ,ବାଜିରାଉତ ପାର୍କ,ନ୍ୟୁଟ୍ରିସନ ବଗିଚା, ଔଷଧୀୟ ବଗିଚା,ମୁକ୍ତ ବନବିଦ୍ୟାଳୟର ପ୍ରାକୃତିକ ପରିବେଶ, ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍ ଓ ସମଗ୍ର ବିଦ୍ୟାଳୟ ପରିବେଶ ପାଲଟିଛି ଜ୍ଞାନର ଗନ୍ତାଘର।ଏଥିପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ବିଦ୍ୟାଳୟର ନିଜସ୍ବ ଉଦ୍ୟମରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ।ଉଲ୍ଲେଖନୀୟ ଭାବେ ଏଥିରେ କେବଳ ପ୍ରାକ୍ତନ ଛାତ୍ରୀ ଛାତ୍ର ମାନେ ଅଂଶୀଦାର ହୋଇ ନାହାନ୍ତି,ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି,ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ,ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି,ସ୍ଵେଚ୍ଛାସେବୀ ଓ ସମାଜସେବୀ ମାନେ ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି।ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ‘’ମୋ ସ୍କୁଲ ଅଭିଯାନ” ଜରିଆରେ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଛି।ବିଦ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆମ ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି।ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଉଭା ହୋଇଛି।

ପ୍ରାତଃ ୦୭ ଘଟିକା ସମୟରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର ମାନେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ -୨୦୨୪ ପାଳନ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଭାତ ଫେରି ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ,ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ସହର ପରିକ୍ରମାରେ ସଫଳ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ଅବସ୍ଥାପିତ ପଞ୍ଚସଖା,ବ୍ରଜନାଥ ବଡ଼ଜେନା, ନୃସିଂହ କାନୁନଗୋ,ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ଗଣେଶ,ସରସ୍ୱତୀ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ,ଧୂପ ଦୀପ ଅର୍ପଣ କରାଯାଇ ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା। ଏତଦବ୍ୟତୀତ ଦୀର୍ଘ ବର୍ଷ ପରେ ପୁନର୍ବାର ବିଦ୍ୟାଳୟର ଦାୟିତ୍ୱରେ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ସୁଚିତ୍ରା ସାହୁ,କିଶୋର ଚନ୍ଦ୍ର ସାମଲ, କଲ୍ୟାଣୀ ବଡଜେନା ଓ ସମସ୍ତ ପାଚିକା ବୃନ୍ଦ,ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ମାନଙ୍କର ମିଳିତ ମାର୍ଗଦର୍ଶନ ଓ ସହଯୋଗରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ଛାତ୍ରୀ,ଛାତ୍ର ମାନଙ୍କୁ ରନ୍ଧନ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ସମସ୍ତେ ତାହାକୁ ଆନନ୍ଦରେ ଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ, ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କିରଣମୟୀ ମାହାଳିକ, ଦିପ୍ତୀଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା,ସ୍ମିତିସୁଧା ଜେନା,ସୁଚିତ୍ରା ସାହୁ,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଅନୁପମା ପଣ୍ଡା,ସୁନିତା ନାଥ,କ୍ଷୀରାବଧିତନୟା ମହାପାତ୍ର,ସ୍ମିତା ପଟ୍ଟନାୟକ,ଅନିତା ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ପ୍ରଫୁଲ୍ଲ ବିଶ୍ଵାଳ,ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ତଳଡାବାରି ଗାଁରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ତହସିଲଦାର ଓ ସରପଞ୍ଚଙ୍କ ଗସ୍ତ , ବସ୍ତି ଜମିର ଘର ପଟ୍ଟା ଧାରୀଙ୍କ ଜମି ଚିହ୍ନଟ, ଆଦିବାସୀ ପରିବାରଙ୍କୁ ଥଇଥାନ

Sunil Chandra Nayak

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କୋକସରା ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort