ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ

ଖଇରା,୧୯/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପରିସର ଶିକ୍ଷକ ଭବନ ସଭାଗୃହ ମଧ୍ୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସ୍ଥାୟୀ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସାଧାରଣ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ବାଲେଶ୍ବର ଜିଲ୍ଲା ଶିକ୍ଷକ ସଂଘର ସଭାପତି ରମାକାନ୍ତ ମହାନ୍ତି ଓ ଅକ୍ଷୟ କୁମାର ଖୁଣ୍ଟିଆ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ସାଂଗଠନିକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ସଂଗଠନର ବରିଷ୍ଠ ଉପଦେଷ୍ଟା ନାରାୟଣ ପ୍ରସାଦ ପେଡା, କମଳଲୋଚନ ଜେନା ଓ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମଧ୍ୟ ଯୋଗ ଦେଇଥିଲେ । ପ୍ରଥମେ ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ତତପରେ ସଂଗଠନର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ୧୭ଟି କ୍ଲଷ୍ଟର ମଧ୍ୟରୁ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିବା ୨୩ ଜଣ ସଭ୍ୟ ସଭ୍ଯା ମାନଙ୍କର ତାଲିକା ଉପସ୍ଥାପନ କରିଥିଲେ । ତଦନୁଯାୟୀ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ରମାକାନ୍ତ ମହାନ୍ତି ଓ ଅକ୍ଷୟ କୁମାର ଖୁଣ୍ଟିଆ ନିର୍ବାଚନ କାର୍ଯ୍ୟଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପୂର୍ବରୁ ପ୍ରଚଳିତ ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ପଦପଦବୀ ପାଇଁ ସଭ୍ୟ ସଭ୍ଯା ମାନେ ନିର୍ବାଚିତ ହେଉଥିବା ବେଳେ ଚଳିତ ବର୍ଷ ତାହାର ବ୍ଯତିକ୍ରମ ଦେଖାଯାଇଥିଲା । ଫଳରେ ସମସ୍ତ ସଦସ୍ୟ ମନୋନୀତ ହୋଇଥିଲା । ଏଥିପାଇଁ ଜିଲ୍ଲା ପ୍ରତିନିଧି, ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଉକ୍ତ ନିର୍ବାଚନ କାର୍ଯ୍ୟରେ ୭୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ସ୍ଥାୟୀ ସଭାପତି କୈଳାସ ଚନ୍ଦ୍ର ବେହେରା ଏଭଳି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ସଂଘ କିପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ନବ ନିର୍ବାଚିତ ସଭ୍ୟ ସଭ୍ଯା ମାନଙ୍କ ମଧ୍ୟରେ ସଭାପତି ଜଗନ୍ନାଥ ମହାପାତ୍ର, ଉପ-ସଭାପତି ହଳଧର ସାହୁ ଓ ଜୟନ୍ତୀ ମହାପାତ୍ର, ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ସୁଦର୍ଶନ ସେଠୀ, ଜିଲ୍ଲା ସହ-ସମ୍ପାଦକ ଲକ୍ଷ୍ମଣ କୁମାର ସେନ, ଯୁଗ୍ମ ସଂପାଦକ ଦୁର୍ଗା ମାଧବ ଜେନା, ନଟବର ମହାପାତ୍ର ଓ ରବିନ୍ଦ୍ର କୁମାର ଶିଅଳ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିନ୍ଧାଣୀ ଗ୍ରାମରୁ ଅଜଗର ଉଦ୍ଧାର ଜଙ୍ଗଲରେ ଛାଡିଲା ବନ ବିଭାଗ

masiha

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ 

masiha

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

Leave a Comment

error: Content is protected !!