ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

ରାୟଗଡ଼ା ତା ୧୪.୭.୨୦୨୩ //  ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଭୋଟର ସାକ୍ଷରତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ, ରାୟଗଡ଼ା ଶ୍ରୀ ଭୀମସେନ ଶବର ଯୋଗଦେଇ ନିର୍ବାଚନ ନିମନ୍ତେ ଥିବା ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର ଇଭିଏମ ର ବ୍ୟବହାର, ଭୋଟର ହେବା ନିମନ୍ତେ ଯୋଗ୍ୟତା, ଅନଲାଇନ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ବିଷୟରେ ପିଲାଙ୍କୁ ଅବଗତ କରିଥିଲେ । ଜିଲ୍ଲା ହାଇସ୍କୁଲରେ ନବ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ଯୋଗଦେଇ ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ନିର୍ବାଚନୀ ସାକ୍ଷରତା ଜରୁରୀ ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ର, ଛାତ୍ରୀ ଭୋଟର ସାକ୍ଷରତା କ୍ଳବର ସଦସ୍ୟ ହୋଇଥିବାରୁ ନିୟମିତ ଏହି ବିଷୟରେ ସେମାନଙ୍କୁ ଅବଗତ କରାଯିବା ବୋଲି କହିଥିଲେ । ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା 

masiha

Leave a Comment

error: Content is protected !!