ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା:ଆସନ୍ତା ଜୁନ୍‌ ମାସ ୧୬ ତାରିଖରେ ରାଉରକେଲା ସହରରେ ଏକ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭହୋଇଛି। ପାର୍ବତୀ-ଗୋବିନ୍ଦ ସାହିତ୍ୟ ସଂସଦ ଏବଂ ରଶ୍ମିପ୍ରଭା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବରିଷ୍ଠ ଶିଶୁ-ସାହିତ୍ୟିକ ତ୍ରିଲୋଚନ ମଥାନଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମଥାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ରଶ୍ମିପ୍ରଭା କାର୍ଯ୍ୟାଳୟରେ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଏହି ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ମହୋତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗଦେବେ। ଏହି ଅବସରରେ ପ୍ରକାଶିତ ହେବାକୁ ଥିବା ସ୍ମରଣିକାରେ ରାଜ୍ୟର ସମସ୍ତ ଜିଲ୍ଲାର ଶିଶୁ ଲେଖକଙ୍କର ଲେଖା ପ୍ରକାଶନ ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ଏହା ସହିତ ରାଜ୍ୟ ବାହାରୁ କିଛି ବଛା ବଛା ଶିଶୁ ସାହିତ୍ୟିକଙ୍କ ଲେଖା ମଧ୍ୟ ଏଥିରେ ସ୍ଥାନିତ ହେବାକୁ ଯାଉଛି। ଏହି ମହୋତ୍ସବରେ ରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜଣେ ଲେଖାଏ ଶିଶୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆୟୋଜନ ସମିତିର ପଦାଧୀକାରୀ ଓ ସସସ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ନିଜ ନିଜର ମତାମତ ପ୍ରକାଶ କରିଥିଲେ। ଏଥିରେ ଆୟୋଜନ ସମିତିର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ଉପସଭାପତି ଉପେନ୍ଦ୍ର ବସ୍ତିଆ ଏବଂ ପ୍ରକାଶ ସେଠୀ, ସାଧାରଣ ସମ୍ପାଦକ ଶଶଧର ପଣ୍ଡା, ସାଙ୍ଗଠନିକ ସମ୍ପାଦକ-ଗୌତମ ଦାସଙ୍କ ଓ କୋଷାଧ୍ୟକ୍ଷ ମନୋଜ ନନ୍ଦଙ୍କ ସମେତ ଆୟୋଜନ କମିଟି କାର୍ଯ୍ୟକାରୀ ପରିଷଦର ସଦସ୍ୟ ପ୍ରତାପ ପଣ୍ଡା, ରଙ୍କନିଧି ସେଠୀ, କଳ୍ପନା ନନ୍ଦ, ବିଜୟିନୀ ଜେନା, ଗୀତାରାଣୀ ବେହେରା, ଶ୍ୱେତ କୁମାର ବେହେରା, କେଳୁ ଚରଣ ବଡ଼ଜେନା, ସତ୍ୟବ୍ରତ ଦାସଙ୍କ ସମେତ ଲୋକସମ୍ପର୍କ ସମ୍ପାଦକ ମହେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ। ଆସନ୍ତା ଦିନରେ ସମ୍ମିଳନୀକୁ ସରସ ସୁନ୍ଦର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସଭାପତି, କାର୍ଯ୍ୟକାରୀ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ସୁଧୁରିବ ରାଇରଙ୍ଗପୁରରର ଦିର୍ଘବର୍ଷର ମହାସ୍ନାନ ସମସ୍ୟା  ସାଂସଦ ନବ ମାଝୀଙ୍କ ଦ୍ୱାରା ରାଇରଙ୍ଗପୁର ପୌରପାଳିକାର ଠାରେ ବର୍ଷା ଜଳ ନିଷ୍କାସନ ପାଇଁ ମହାନାଳ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ

ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ

masiha

Leave a Comment

error: Content is protected !!