ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିବିଏସ୍ଇ ପରୀକ୍ଷାରେ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ସଫଳତା  

ଲାଞ୍ଜିଗଡ଼,୧୨/୦୫,(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ଡିଏଭି ବେଦାନ୍ତ ଇଣ୍ଟର ନେସନାଲ ସ୍କୁଲର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ସଫଳତା ଅଞ୍ଚଳରେ ଖୁସିର ଲହରୀ ଆଣି ଦେଇଛି । ଆଜି ସିବିଏସ୍ଇ ଦ୍ଵାଦଶ ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ସ୍କୁଲର ୬୫ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ୬୧ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ! ସେହିପରି ଦ୍ଵାଦଶ ଶ୍ରେଣୀରେ ୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି I ଦଶମ ଶ୍ରେଣୀର ଛାତ୍ର ସୌଭାଗ୍ୟ ନାୟକ ୯୭ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଥିବାବେଳେ ଛାତ୍ରୀ ପ୍ରତିଭା ନାଏକ ୯୬.୮ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ଏବଂ ଛାତ୍ରୀ ଅମରିନ ବାନୁ ୯୫.୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ର ହିମାଂଶୁ ସିଂ ୯୨.୬ ପ୍ରତିଶତ ମାର୍କ ରଖି ସ୍କୁଲରେ ଶୀର୍ଷ ସ୍ଥାନରେ ଥିବାବେଳେ ଛାତ୍ରୀ ଦିବ୍ୟାଶ୍ରୀ ଗIଜିବିଲି ୮୯.୮ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ଛାତ୍ର ଶ୍ରୀମାନ ପ୍ରଧାନ ୮୯ ପ୍ରତିଶତ ମାର୍କ ଏବଂ ଛାତ୍ର ଆର୍ଯ୍ୟନ ହୋତା ୮୯ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏଇ ସଫଳତାରେ ସ୍କୁଲର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ସମେତ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହିତ କ୍ରୁତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

Sunil Chandra Nayak

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Tributes Paid to Rabindranath Tagore on His Death Anniversary.

Sunil Chandra Nayak

Leave a Comment

error: Content is protected !!