ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

ରୁପ୍ରା, ୧୨/୫ (ମ ନି ସ) : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ। ନର୍ଲାବ୍ଲକ୍ ର ଦଶମ ଶ୍ରେଣୀର ଟପର୍ ହୋଇଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡାର ଛାତ୍ରୀ ଅନ୍ୱେଷା ପଣ୍ଡା, ସେ ୯୭.୪ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ଜ୍ଞାନରଞ୍ଜନ ଦାଶ ୯୭ ପ୍ରତିଶତ ନମ୍ବର ରଖି ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅନ୍ୱେଷା ପଣ୍ଡା ସେ ରଖିଥିବା ଆଶାଠାରୁ ଅଧିକ ମାର୍କ୍ ରଖି କୃତକାର୍ଯ୍ୟ ହୋଇଥିବାରୁ ଏହାର ଶ୍ରେୟ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ଖମାରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବାପା ମା’ଙ୍କୁ ଦେଇଛନ୍ତି, ଭବିଷ୍ୟତରେ ଆହୁରି ଭଲ ପାଠ ପଢି ଆଇଏଏସ୍ ହୋଇ ପ୍ରସାଶନିକ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟର ୧୩ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ୍ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଛାତ୍ରୀ ଓ ୩ ଜଣ ଛାତ୍ର ରହିଛନ୍ତି, ସେମାନେ ହେଲେ ସୁବ୍ରତ ସାହୁ ୯୬.୨,ସ୍ୱସ୍ତିକ ପଧାନ ୯୫.୨, ପ୍ରଜ୍ଞା ପ୍ରିୟଦର୍ଶିନୀ ପଧାନ ୯୩.୮, ସୋନାଲି ସାହୁ ୯୩.୮, ଧରିତ୍ରୀ ପଧାନ ୯୩, ଅବିନାଶ ନାଏକ ୯୨.୪, ଲିପି ପଧାନ ୯୨.୨, ନିହାରିକା ଭୋଇ ୯୧.୬, ମନୋରମା ସାହୁ ୯୧.୨, ପ୍ରାଚିପ୍ରଜ୍ଞା ପଧାନ ୯୦.୬, ଝରଣା ରାଣୀ ସାହୁ ୯୦.୪ ଓ ସ୍ମୃତିସ୍ମିତା ସା ୯୦ ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସୁବ୍ରତ ସାହାଣୀ, ଛାତ୍ରୀ ସୋନାଲି ସାହୁ ଓ ଝରଣା ସାହୁ ନିଟ୍ ପାଠ ପଢି ଭବିଷ୍ୟତରେ ଡାକ୍ତର ହୋଇ ରୋଗୀସେବା ସହ ମାନବ ସେବା କରିବାର ସ୍ୱପ୍ନ ଦେଖିଥିବା ସୂଚନା ଦେଇ କହିଛନ୍ତି। ସେହିପରି ଦଶମ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟର ମୋଟ ୭୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୭ ଜଣ ପାସ୍ କରିଛନ୍ତି। ଜବାହର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର କୃଷ୍ଣ ସାହୁ ୯୬.୮ ଓ ବସନ୍ତ ରାଜ୍ ମାଝୀ ୯୫.୬ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଦ୍ବାଦଶ ପରୀକ୍ଷାରେ ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ପ୍ରୋକ୍ସାନୀ ମେହେର ୯୪.୬୦ ପ୍ରତିଶତ ନମ୍ବର ରଖି ବ୍ଲକରେ ଟପର୍ ହୋଇଥିବା ବେଳେ ଶୈଳେଶ ଦୋରା ୯୨.୨୦, ଆୟୁଷ୍ମାନ ତ୍ରିପାଠୀ ୯୧.୨୦ ଓ ଆକାଶ ରଞ୍ଜନ ମୁଣ୍ଡ ୮୫.୮୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡାର ଦ୍ୱାଦଶ ଶ୍ରେଣୀରେ ଅଳକା ଚାନ୍ଦ ୭୬.୨ ଓ ଅନ୍ୱେଷା କୁମାରୀ ୭୫.୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ତେବେ କୃତକାର୍ଯ୍ୟ ହୋଇଥିବା ଅଧିକାଂଶ ଛାତ୍ରଛାତ୍ରୀ ଆଇଏଏସ୍, ନିଟ୍ ପାଠ ଓ ଇଞ୍ଜିନିୟରିଂ ପାଠ ପଢିବା ପାଇଁ ମତାମତ ଉପସ୍ଥାପନ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ 

masiha

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

Sunil Chandra Nayak

ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ରୂପେ ସୁବ୍ରତ କୁମାର ଘୋଷାଲଙ୍କ ଦାୟିତ୍ୱ ଗ୍ରହଣ

Leave a Comment

error: Content is protected !!