ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ୧୭ ଦିନ ପରେ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେଲେ ଡାବୁଗାଁ ବ୍ଲକ ତାଳବେଢା ଗାଁ ର ଭଗବାନ ଭତ୍ରା, ପରିବାର ମଧ୍ୟରେ ଖୁସିର ଲହରୀ 

ଦୀର୍ଘ ୧୭ ଦିନ ପରେ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେଲେ ଡାବୁଗାଁ ବ୍ଲକ ତାଳବେଢା ଗାଁ ର ଭଗବାନ ଭତ୍ରା, ପରିବାର ମଧ୍ୟରେ ଖୁସିର ଲହରୀ 

ଡାବୁଗାଁ, ୨୯/୧୧(ମ.ନି.ସ.)- ଉତ୍ତରାଖଣ୍ଡ ରାଜ୍ୟ ଉତ୍ତର କାଶୀ ର ଏକ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟରେ ଗତ ୧୭ ଦିନ ହେଲା ଫସି ରହିଥିବା ଡାବୁଗାଁ ବ୍ଲକ ତାଳବେଢା ଗ୍ରାମ ର ଭଗବାନ ଭତ୍ରା ମଙ୍ଗଳବାର ରାତ୍ରିରେ ୪୧ ଶ୍ରମିକ ଙ୍କ ସହ ଉଦ୍ଧାର ହୋଇଛନ୍ତି । ଏ ଖବର ଶ୍ରମିକ ଭଗବାନ ଭତ୍ରା ଙ୍କ ଗ୍ରାମରେ ପହଞ୍ଚିବା ପରେ ପରିବାର ଓ ଗ୍ରାମରେ ଆନନ୍ଦ ର ଲହରୀ ଖେଳି ଯାଇଛି । ଭଗବାନ ର ପରିବାର ଏହି ୧୭ ଦିନ ଧରି କେତେ ଦେବୀ ଦେବତାଙ୍କ ନିକଟରେ ଭଗବାନ ଭତ୍ରା ପାଇଁ ପ୍ରାର୍ଥନା କରି ଆସୁଥିଲେ । ଭଗବାନ ଭତ୍ରା ସହ ସାଥୀ ୪୧ ଶ୍ରମିକଙ୍କୁ ଉଦ୍ଧାର ପରେ କଡା ସୁରକ୍ଷାରେ ଏମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଋଷିକେଶ ର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ପୂର୍ବରୁ ଭଗବାନ ଭତ୍ରା ର ବଡ ବାପା ପୁଅ ଫୁଲ ଚାନ୍ଦ ଜିଲା ଶ୍ରମ ବିଭାଗ ସହକାରୀ ଅଧିକାରୀ ଛୋଟ ରାୟ ଟୁଡୁ ସହ ଉତ୍ତର କାଶୀ ରେ ପହଞ୍ଚି ଥିଲେ | ଭାଇ ଭଗବାନ ର ଉଦ୍ଧାର ପରେ ଫୁଲ ଚାନ୍ଦ ତାଳବେଢା ଗ୍ରାମର ନିଜ ପରିବାର ଲୋକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ସୁଡ଼ଙ୍ଗ ମଧ୍ୟରୁ ନୂତନ ଜୀବନ ଫେରି ପାଇ ଉଦ୍ଧାର ହୋଇଥିବା ଭଗବାନ ଭତ୍ରା କେବେ ନିଜ ଗ୍ରାମ କୁ ଫେରିବ ସେ ନେଇ ଉତ୍ସୁକତା ର ସହ ପରିବାର ବର୍ଗ ଅପେକ୍ଷା କରିଛନ୍ତି । ଏ ନେଇ ପୂର୍ବରୁ ଘରେ ରୋଷେଇବାସ ବନ୍ଦ ହୋଇଯାଇଥିଲା, ଖାଇବା ପିଇବା ବନ୍ଦ ହେଇଯାଇଥିଲା ଆମ ଘର ଲୋକ ସବୁ ବେଶୀ ମନ ଦୁଃଖରେ ଥିଲୁ, ଆଖିରୁ ଲୁହ ଝରାଇ ରହୁଥିଲୁ | ସବୁବେଳେ ମହାପ୍ରଭୁ ଙ୍କୁ ଡାକୁଥିଲୁ କିପରି ଭଗବାନ ସୁରକ୍ଷିତ ସୁଡଙ୍ଗ ଭିତରୁ ବାହାରିବ ସେଥି ଲାଗି ଆମର ଇଷ୍ଟ ଦେବୀ ଙ୍କ ପାଖରେ ମାନସିକ କରିଥିଲୁ ମହାପ୍ରଭୁ ଭଲରେ ତାକୁ ଉଦ୍ଧାର କରିଛନ୍ତି | ତେଣୁ ଭଗବାନ ସୁଡଙ୍ଗ ଭିତରୁ ବାହାରିବାରୁ ଆଜି ଆମ ପରିବାର ଲୋକେ ଆମର ଇଷ୍ଟ ଦେବୀ ଙ୍କ ପାଖରେ ପୂଜା କରିଛୁ ବୋଲି ଉଦ୍ଧାର ଶ୍ରମିକ ଙ୍କ ବଡ ଭାଇ ସତ୍ୟ ଭତ୍ରା କହିଛନ୍ତି | ସୂଚନାଯୋଗ୍ୟ:- ଜଳଧର ଭତ୍ରା ର ୪ ପୁଅ ମଧ୍ୟରେ ଭଗବାନ ଭତ୍ରା ଉତ୍ତର କାଶୀ ରେ ଦାଦନ ଶ୍ରମିକ ଭାବେ ଗତ ଦେଢ ବର୍ଷ ହେଲା କାର୍ଯ୍ୟ କରୁଥିବା ବେଳେ ସାନ ଭାଇ ପ୍ରଫୁଲ୍ଲ ଭତ୍ରା ଚେନ୍ନାଇ ରେ କାର୍ଯ୍ୟ କରୁଛନ୍ତି । ବଡ ଭାଇ ସତ୍ୟ ଓ ସାନ ଭାଇ ଲଳିତ ଗ୍ରାମ ରେ ରହୁଛନ୍ତି |ମଙ୍ଗଳବାର ରାତିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକ ଙ୍କ ସହ ଭଟେଥିଲେ | ବୁଧବାର ଭାଜପା ପକ୍ଷରୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୋବିନ୍ଦ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ ପ୍ରମୁଖ ପହଞ୍ଚି ଭଗବାନ ଉଦ୍ଧାର ହୋଇସାରିଛି ଶୀଘ୍ର ଘରକୁ ଫେରିବ ବୋଲି ପରିବାର ବର୍ଗଙ୍କୁ ଆଶ୍ଵାସନା ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ପରିଷଦ ବୈଠକ ରେ  କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ମୁହାଁ ମୁହିଁ 

Sunil Chandra Nayak

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି , ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

masiha

ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ

masiha

Leave a Comment

error: Content is protected !!